ଶ୍ରୀଲୋକନାଥ ମନ୍ଦିରରେ ବାଉନ୍‌ସର: କ୍ଷୋଭ ପ୍ରକାଶ କଲେ ଶ୍ରଦ୍ଧାଳୁ, ତଦନ୍ତ ନିର୍ଦ୍ଦେଶ ଦେଲେ ଏସ୍‌ପି

Advertisment

ପ୍ରଥମଥର ଶ୍ରୀଲୋକନାଥଙ୍କ ମନ୍ଦିର ପରିସରରେ ନିୟୋଜିତ ହେଲେ ବାଉନ୍‌ସର। ମାଳମାଳ ପୁଲିସ ଅଧିକାରୀ ମୁତୟନ ଥିବା ସତ୍ତ୍ବେ ମନ୍ଦିର ପରିସରରେ ବାଉନ୍‌ସର ମୁତୟନକୁ ନେଇ କ୍ଷୋଭ ଝାଡ଼ିଛନ୍ତି ଭକ୍ତ।

ପ୍ରଥମଥର ଶ୍ରୀଲୋକନାଥଙ୍କ ମନ୍ଦିର ପରିସରରେ ନିୟୋଜିତ ହେଲେ ବାଉନ୍‌ସର। ମାଳମାଳ ପୁଲିସ ଅଧିକାରୀ ମୁତୟନ ଥିବା ସତ୍ତ୍ବେ ମନ୍ଦିର ପରିସରରେ ବାଉନ୍‌ସର ମୁତୟନକୁ ନେଇ କ୍ଷୋଭ ଝାଡ଼ିଛନ୍ତି ଭକ୍ତ।

dgdgcvv

ପୁରୀ: ପ୍ରଥମଥର ଶ୍ରୀଲୋକନାଥଙ୍କ ମନ୍ଦିର ପରିସରରେ ନିୟୋଜିତ ହେଲେ ବାଉନ୍‌ସର। ମାଳମାଳ ପୁଲିସ ଅଧିକାରୀ ମୁତୟନ ଥିବା ସତ୍ତ୍ବେ ମନ୍ଦିର ପରିସରରେ ବାଉନ୍‌ସର ମୁତୟନକୁ ନେଇ କ୍ଷୋଭ ଝାଡ଼ିଛନ୍ତି ଭକ୍ତ। ତେବେ ମନ୍ଦିର ପରିସରରେ କିଏ ଓ କାହା ଅନୁମତିରେ ବାଉନ୍‌ସର ମୁତୟନ କଲେ ଏବଂ ପୁଲିସ୍‌ ଓ ଜିଲ୍ଲା ପ୍ରଶାସନ କିଭଳି ଏ ସଂପର୍କରେ ଜାଣି ପାରିଲାନି, ତାହା ସଭିଁଙ୍କୁ ଆଚମ୍ବିତ କରିଛି। ଘଟଣାର ତଦନ୍ତ ପାଇଁ ଏସ୍‌ପି ବିନୀତ ଅଗ୍ରୱାଲ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। 

  ମନ୍ଦିରରେ ଗତ ରାତି ପ୍ରାୟ ସାଢ଼େ ୧୨ଟାରେ ଦ୍ବାର ଫିଟିବା ପୂର୍ବରୁ ଦର୍ଶନ କରିବାକୁ ଭକ୍ତଙ୍କ ସମାଗମ ଆରମ୍ଭ ହୋଇଯାଇଥିଲା। ବିଶେଷ କରି ସ୍ଥାନୀୟ ବାସିନ୍ଦାମାନେ ଦର୍ଶନ ପାଇଁ ରାତି ଅଧରୁ ଭିଡ଼ ଜମାଇଥିଲେ। ବ୍ୟାରିକେଡ୍‌ ଧାଡ଼ିରେ ଭକ୍ତମାନେ ସିଂହଦ୍ବାର ଦେଇ ଦର୍ଶନ ପାଇଁ ଯାଇଥିବା ବେଳେ ଟିକେଟ୍‌ଧାରୀମାନେ ପାର୍ବତୀ ସାଗର ଦେଇ ରୋଷଦ୍ବାର ପଛ ପାର୍ଶ୍ବରେ ଦର୍ଶନ ପାଇଁ ପ୍ରବେଶ କରିଥିଲେ। ଭକ୍ତ ଠେଲାପେଲାର ଶିକାର ହୋଇଥିଲେ। କିନ୍ତୁ ଏହି ସମୟରେ ମନ୍ଦିର ଭିତର ପାର୍ଶ୍ବରେ ଦୁଇ ବାଉନ୍‌ସର ନିୟୋଜିତ ହୋଇଥିବା ଭକ୍ତମାନେ ଦେଖିବା ପରେ କ୍ଷୋଭ ଜାହିର କରିଥିଲେ।

ରାତି ପ୍ରାୟ ସାଢ଼େ ୩ଟା ପର୍ଯ୍ୟନ୍ତ ବାଉନ୍‌ସର ନିୟୋଜିତ ହୋଇଥିଲେ। ପୁଲିସ୍‌ ଅଧିକାରୀଙ୍କ ସମ୍ମୁଖରେ ବାଉନ୍‌ସର ଭିଡ଼ ନିୟନ୍ତ୍ରଣ କରୁଥିଲେ ହେଁ କେହି ଅଧିକାରୀ କିମ୍ବା ପୁଲିସ କର୍ମଚାରୀ ଆପତ୍ତି ଉଠାଇନଥିଲେ। ତେବେ କିଛି ଭକ୍ତ ଏ ନେଇ ପ୍ରଶ୍ନ ଉଠାଇବା ପରେ ପୁଲିସ ଦୁଇ ବାଉନ୍‌ସରଙ୍କୁ ମନ୍ଦିର ଭିତରୁ ଆଣି ଅଟକ ରଖିଥିଲା। ଏସ୍‌ପି ବିନୀତ ଅଗ୍ରୱାଲ କହିଛନ୍ତି, ଏ ସମ୍ପର୍କରେ ସେ ଅବଗତ ନଥିଲେ। ଘଟଣା ନଜରକୁ ଆସିବା ପରେ ଦୁଇ ବାଉନ୍‌ସରଙ୍କୁ ଆଣି ପଚରାଉଚରା କରାଯାଇଛି। ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ସହ ମଧ୍ୟ ଏ ସମ୍ପର୍କରେ ଆଲୋଚନା କରାଯିବ। କିଏ ସେମାନଙ୍କୁ ନିୟୋଜିତ କରିଥିଲା, ସେ ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  

  ଏ ବାବଦରେ ମନ୍ଦିର ଟ୍ରଷ୍ଟର ଜଣେ ଅଧିକାରୀଙ୍କ କହିବା ମୁତାବକ, ଯେବେ ଜିଲ୍ଲା ପ୍ରଶାସନ, ପୁଲିସ ଓ ସେବାୟତଙ୍କୁ ନେଇ ଜାଗର ଯାତ୍ରା ସମ୍ପର୍କରେ ବୈଠକ ହୋଇଥିଲା, ସେତେବେଳେ ଜଣେ ସେବାୟତ ବାଉନ୍‌ସରଙ୍କୁ ନିୟୋଜିତ କରିବା କଥା ମୌଖିକ ଭାବେ କହିଥିଲେ। କିନ୍ତୁ ଏହାକୁ ବିଧିବଦ୍ଧ ଭାବେ ଲାଗୁ କରିବା ପାଇଁ କୌଣସି ନିଷ୍ପତ୍ତି ହୋଇନଥିଲା। ଉପଜିଲ୍ଲାପାଳ ରାଜକିଶୋର ଜେନା କହିଛନ୍ତି, ରାତି ସାଢ଼େ ୧୨ଟା ବେଳକୁ ମନ୍ଦିର ଭିତରେ ପୁଲିସ ମୁତୟନ ହୋଇ ନଥିଲେ। ଭକ୍ତ ପ୍ରବେଶ କରିସାରିଥିବାରୁ ଏବଂ ଦ୍ବାର ନିକଟରେ ଭିଡ଼ ହେଉଥିବାରୁ ଘରୋଇସ୍ତରରୁ ଦୁଇଜଣ ଭିଡ଼ ନିୟନ୍ତ୍ରଣ ପାଇଁ ଉପସ୍ଥିତ ଥିଲେ। ସେମାନଙ୍କୁ ବିଧିବଦ୍ଧ ଭାବେ ନିୟୋଜିତ କରାଯାଇ ନଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe