ଜାମୁଗଛରୁ ପଡ଼ି ଦଶମ ଛାତ୍ରଙ୍କ ମୃତ୍ୟୁ

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ବ୍ରହ୍ମବରଦା: ଜାମୁଗଛରୁ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର‌ ଯାଜପୁର ବ୍ଲକ ରୁଦ୍ରପୁର ପଞ୍ଚାୟତ ବଡ଼ବାଗସାହି ଗ୍ରାମର ବୈଦ୍ୟନାଥ ବେହେରାଙ୍କ ବଡ଼ପୁଅ ବିଭୂପ୍ରସାଦ ବେହେରା(୧୪)। ସେହି ଗ୍ରାମର ପରମେଶ୍ବର ଉଚ୍ଚବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ। ଗତକାଲି ବିଦ୍ୟାଳୟ ଛୁଟି ହେବା ପରେ ଘରକୁ ଯାଇ ସାଙ୍ଗସାଥୀଙ୍କ ସହିତ ସେ ମଙ୍ଗଳା ନଦୀବନ୍ଧ ଖଜୁରିପାଳ ନିକଟସ୍ଥ ଜାମୁବଣକୁ କୋଳି ଖାଇବାକୁ ଯାଇଥିଲେ।

ଜାମୁକୋଳି ଗଛକୁ ଚଢ଼ି କୋଳି ଖାଉଥିବା ସମୟରେ ଡାଳଟି ଭାଙ୍ଗିଯିବାରୁ ସେ ତଳେ ପଡ଼ିଯାଇଥିଲେ। ଡାଳଟି ତାଙ୍କ ଜଙ୍ଘରେ ପଶି ଯାଇଥିଲା। ପ୍ରବଳ ରକ୍ତସ୍ରାବ ହୋଇ ସେ ଗୁରୁତର ହୋଇପଡ଼ିଥିଲେ। ଖବର ପାଇ ପରିବାର ଲୋକେ ପହଞ୍ଚି ତାଙ୍କୁ ପ୍ରଥମେ ସୁଜନପୁର, ଯାଜପୁର ଓ ପରେ କଟକ ବଡ଼ଡାକ୍ତରଖାନା ନେଉଥିଲେ। ବାଟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏନେଇ ଆଜି ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଶୋକସଭାରେ ନିରବ ପ୍ରାର୍ଥନା କରାଯାଇଛି। ପରେପରେ ମହମବତି ଶୋଭାଯାତ୍ରା କରାଯାଇଥିଲା। ଶୋକସଭାରେ ପ୍ରଧାନଶିକ୍ଷକ ରବିନାରାୟଣ ମହାନ୍ତିଙ୍କ ସମେତ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe