ନର୍ସ ନୀହାରିକା ପାତ୍ର ହତ୍ୟା ମାମଲା: ପୁଲିସ ନିକଟରେ ଆତ୍ମସମର୍ପଣ କଲା ପ୍ରେମିକ କିଶୋର ଆଞ୍ଚଲ

Advertisment
ନର୍ସ ନୀହାରିକା ପାତ୍ର ହତ୍ୟା ମାମଲା: ପୁଲିସ ନିକଟରେ ଆତ୍ମସମର୍ପଣ କଲା ପ୍ରେମିକ କିଶୋର ଆଞ୍ଚଲ

OST

ଭୁବନେଶ୍ୱର: କଟକର ଏକ ଘରୋଇ ହସ୍‌ପିଟାଲର ନର୍ସ ନୀହାରିକା ହତ୍ୟା ମାମଲାରେ ଅଭିଯୁକ୍ତ ପ୍ରେମିକ ଶୁକ୍ରବାର ଆତ୍ମସମର୍ପଣ କରିଛି। ଅଭିଯୁକ୍ତ ପ୍ରେମିକ କିଶୋର ଆଞ୍ଚଲ ଆତ୍ମସମର୍ପଣ କରିବା ପରେ ପୁଲିସ ତାକୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି।

ସୂଚନାଯୋଗ୍ୟ ପ୍ରାୟ ଏକ ସପ୍ତାହ ଯାଏଁ ନିଖୋଜ ରହିବା ପରେ ସେପ୍ଟେମ୍ବର ୧୭ ଅପରାହ୍ଣରେ ଜଗତସିଂହପୁର ଜିଲ୍ଲାର ବିଲୁଆଖାଇ ନଦୀକୂଳରୁ ନର୍ସ ନୀହାରିକା ପାତ୍ରଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ନଦୀକୂଳରୁ ଜଣେ ଯୁବତୀଙ୍କର ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଅଞ୍ଚଳର ନିହାରୀକା ଚଳିତ ମାସ ୯ ତାରିଖ ଠାରୁ ନିଖୋଜ ଥିଲେ।

ଘଟଣା ଦିନ ନଦୀକୂଳରେ ଜଣେ ଯୁବତୀଙ୍କର ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ପରିବାର ଲୋକେ ଆସି ନୀହାରିକାଙ୍କ ମୃତଦେହ ଚିହ୍ନି ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ନିହାରୀକା କଟକର ଏକ ନର୍ସିଂହୋମ୍‌ରେ କାମ କରୁଥିଲେ ଏବଂ ସେ ନିଖୋଜ ହେବା ପରେ ପରିବାର ଲୋକେ ମଧୁପାଟଣା ଥାନାରେ ଏତଲା ଦେଇଥିଲେ। ନୀହାରିକା ଜଣେ ଯୁବକଙ୍କୁ ଭଲ ପାଉଥିଲା ବୋଲି ପରିବାର ଲୋକେ ପୁଲିସକୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe