ପ୍ରେମିକା ସାମନାରେ ପ୍ରେମିକକୁ ପିଟିପିଟି ହତ୍ୟା: ଅଭିଯୁକ୍ତ ଫେରାର, ପୁଲିସର ଛାନ୍‌ଭିନ୍‌

Advertisment

ଅନୁଗୁଳ କିଶୋରନଗର ବ୍ଲକ୍‌ ହଣ୍ଡପା ଥାନା ଅଞ୍ଚଳରେ ନିର୍ମମ ହତ୍ୟା। ପ୍ରେମିକା ସାମନାରେ ପ୍ରେମିକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଛି। ମଙ୍ଗଳବାର ରାତି ପ୍ରାୟ ୯ଟା ୩୦ରେ ଏହି ଘଟଣା ଘଟିଥିବା...

ଅନୁଗୁଳ କିଶୋରନଗର ବ୍ଲକ୍‌ ହଣ୍ଡପା ଥାନା ଅଞ୍ଚଳରେ ନିର୍ମମ ହତ୍ୟା। ପ୍ରେମିକା ସାମନାରେ ପ୍ରେମିକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଛି। ମଙ୍ଗଳବାର ରାତି ପ୍ରାୟ ୯ଟା ୩୦ରେ ଏହି ଘଟଣା ଘଟିଥିବା...

Dead

ବଇଣ୍ଡା: ଅନୁଗୁଳ କିଶୋରନଗର ବ୍ଲକ୍‌ ହଣ୍ଡପା ଥାନା ଅଞ୍ଚଳରେ ନିର୍ମମ ହତ୍ୟା। ପ୍ରେମିକା ସାମନାରେ ପ୍ରେମିକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଛି। ମଙ୍ଗଳବାର ରାତି ପ୍ରାୟ ୯ଟା ୩୦ରେ ଏହି ଘଟଣା ଘଟିଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ପୂର୍ବ ଶତ୍ରୁତା ନା ଅନ୍ୟ କିଛି କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ତାହା ଜଣାପଡ଼ି ନାହିଁ।  ପୁଲିସ ସୂଚନା ଅନୁଯାୟୀ ହଣ୍ଡପା ଥାନା ଗୋବିନ୍ଦପୁର ଗ୍ରାମ ଜଙ୍ଗଲରେ ଏହା ଘଟିଛି। ମୃତକ ହେଲେ ମାନପୁର ଗ୍ରାମର ଦିଲ୍ଲୀପ ସାମଲଙ୍କ ପୁଅ ରାହୁଲ ସାମଲ (୧୮)।

ପ୍ରେମିକା ସାମନାରେ ପ୍ରେମିକକୁ ପିଟିପିଟି ହତ୍ୟା: ଅଭିଯୁକ୍ତ ଫେରାର, ପୁଲିସର ଛାନ୍‌ଭିନ୍‌

ddg

ରାହୁଲଙ୍କ ସହିତ ବଇଣ୍ଡା ଅଞ୍ଚଳର ଜଣେ ଯୁବତୀଙ୍କ ସହ ଇନ୍‌ଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ମଙ୍ଗଳବାର ରାତିରେ ଯୁବତୀ ଜଣକ ରାହୁଲକୁ ଡାକିଥିଲେ। ପରେ ଦୁହେଁ ଗୋବିନ୍ଦପୁର ଗ୍ରାମ ଜଙ୍ଗଲକୁ ଯାଇଥିଲେ। ରାତିରେ ପ୍ରବଳ ଶୀତ ହେବାରୁ ଶୀତବସ୍ତ୍ର ଆଣିବା ପାଇଁ ଦୁହେଁ ଯାଉଥିବା ବେଳେ ବାଟରେ ଜଣେ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲା। ପରେ ରାହୁଲଙ୍କୁ ଠେଙ୍ଗାରେ ନିର୍ଧୂମ୍‌ ପିଟିବାରେ ଲାଗିଥିଲା। ଯୁବତୀ ଜଣକ ଏହା ଦେଖି ଜୀବନ ଭୟରେ ସେଠାରୁ ପଳାଇ ଆସି ନିକଟରେ ଥିବା ଜଣଙ୍କ ଘରେ ପଶି ଯାଇଥିଲେ। ସେଠାରୁ ବଇଣ୍ଡା ଫାଣ୍ଡିକୁ ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ହେଲେ ପୁଲିସ ଘଟଣାସ୍ଥଳରେ ପହଞ୍ଚିପାରି ନଥିଲା।   

ଆଜି ସକାଳେ ଗୋବିନ୍ଦପୁର ଜଙ୍ଗଲରେ ରାହୁଲଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ସାଇଣ୍ଟଫିକ୍‌ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଥିଲେ ସୁଦ୍ଧା ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇପାରି ନାହିଁ। ରାହୁଲକୁ କାହ‌ିଁକି, କିଏ ହତ୍ୟା କଲା? ଏହା ପଛରେ କାରଣ କ’ଣ? ତାହା ସ୍ପଷ୍ଟ ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ଏହି ହତ୍ୟା ପଛରେ ଜଣେ ନା ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ରହିଛି ତାହା ମଧ୍ୟ ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ହତ୍ୟାକୁ ନେଇ ରାହୁଲଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ବିଭିନ୍ନ ଦିଗକୁ ନେଇ ପୁଲିସର ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe