ପ୍ରେମିକାର ବିବାହ ଦିନ ପ୍ରେମିକର ଆତ୍ମହତ୍ୟା

Advertisment
ଓଡ଼ିଶାରେ ପାରିବାରିକ ଆତ୍ମହତ୍ୟା ସର୍ବାଧିକ

Telegraph India

ନରସିଂହପୁର : ୧୦ ବର୍ଷ ହେଲା ପ୍ରେମ କରୁଥିଲେ। ପ୍ରେମ ପାଇଁ ୫ ବର୍ଷ ତଳେ ବିଷ ବି ପିଇଥିଲେ। କିନ୍ତୁ ଚିକିତ୍ସା ପରେ ବଂଚି ଯାଇଥିଲେ। ହେଲେ ତାଙ୍କର ପ୍ରେମକୁ ପ୍ରେମିକାର ଘର ଲୋକ ବୁଝିଲେନି। ପ୍ରେମିକାର ଅନ୍ୟତ୍ର ବିବାହ ଚାଲିଥିବାବେଳେ ହତାଶ ହୋଇ ପ୍ରେମିକ ଜଣକ ଗଛ ଡାଳରୁ ବେକରେ ଦଉଡ଼ି ଗୁଡାଇ ଓହଳି ପଡି ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ କାନପୁର ଥାନା ଅନ୍ତର୍ଗତ କାନପୁର ଗ୍ରାମ ପାନେରାସାହିରେ।

ଗ୍ରାମର ନାଗା ପୋଖରୀ ହୁଡ଼ାରେ ଥିବା ବର ଗଛ ଡାଳରେ ଆଜି ଭୋର ୫ଟାରେ ଏହି ପ୍ରେମିକ ଯୁବକଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ହେଉଛନ୍ତି ପ୍ରମୋଦ ବାରିକଙ୍କ ପୁଅ ପ୍ରଭଞ୍ଜନ ବସନ୍ତରା ଓରଫ ଭିକାରି ଚରଣ ବାରିକ (୩୨)। ସୂଚନା ମୁତାବକ, ବାଙ୍ଗାଲୋରସ୍ଥିତ ଏକ ଘରୋଇ କମ୍ପାନିରେ କିଛିବର୍ଷ ହେବ ଚାକିରି କରୁଥିବା ପ୍ରଭଞ୍ଜନ ଲକ୍‌ଡାଉନ୍‌ ଯୋଗୁଁ ମାସେ ତଳେ ନିଜ ଗ୍ରାମକୁ ଫେରି ଆସିଥିଲେ। ସେ ଦୀର୍ଘ ୧୦ବର୍ଷ ହେଲା ସେହି ଗ୍ରାମର ଜଣେ ଝିଅକୁ ପ୍ରେମ କରୁଥିଲେ। ଏହି ପ୍ରେମ ସମ୍ପର୍କ ଯୋଗୁଁ ୫ବର୍ଷ ତଳେ ସେ ବିଷ ପିଇ ଦେଇଥିଲେ ଏବଂ କଟକରେ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ। ଆଜି ସେହି ଝିଅର ଅନ୍ୟତ୍ର ବିବାହ ହେଉଥିବା ଜାଣିବାପରେ ସେ ଏଭଳି ଆତ୍ମହତ୍ୟା କରିଥିବା ମା’ ପ୍ରଭାତୀ କହିଛନ୍ତି। କାନପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବଡ଼ମ୍ବା ପଠାଇଛି। ଘଟଣା ସମ୍ପର୍କରେ ମୃତ ପ୍ରଭଞ୍ଜନଙ୍କ ଭାଇ ଦିବ୍ୟରଂଜନ ବସନ୍ତରା କାନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସସ୍ମିତା ରଣା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe