ପ୍ରେମିକ ଭାଇରାଲ୍‌ କଲେ ପ୍ରେମିକାଙ୍କ ଅଶ୍ଳୀଳ ଭିଡିଓ

Advertisment
 ପ୍ରେମିକ ଭାଇରାଲ୍‌ କଲେ ପ୍ରେମିକାଙ୍କ ଅଶ୍ଳୀଳ ଭିଡିଓ

ଔପଦା: ପ୍ରଥମେ ପ୍ରେମ, ପରେ ପ୍ରତାରଣା ଓ ପ୍ରେମିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌। ଔପଦା ଥାନା ଗଡ଼ସାହି ପଞ୍ଚାୟତ ଅଞ୍ଚଳରେ ଏଭଳି ଅଭିଯୋଗ ସାମ୍‌ନାକୁ ଆସିଛି।

କୁସୁନଦାସପୁର ଗ୍ରାମର ବିଜୟ କୁମାର ବିଶ୍ୱାଳ ଜନୈକା ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ତାଙ୍କ ସହ ସମ୍ପର୍କ ରଖିବା ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରି ନେଇଥିଲେ। ଯୁବତୀଙ୍କ ବିବାହ ଅନ୍ୟତ୍ର ଠିକ ହେବା ପରେ ଅଭିଯୁକ୍ତ ବିଜୟ ଏସବୁ ଭିଡିଓ ଭାଇରାଲ କରିବାର ଭୟ ଦେଖାଇ ଯୁବତୀଙ୍କଠାରୁ ୩୦ ହଜାର ଟଙ୍କା, ଗୋଟିଏ ସୁନା କାନଫୁଲ ଓ ଗୋଟିଏ ସୁନାଚେନ ନେଇ ଯାଇଥିବା ଯୁବତୀଜଣକ ଅଭିଯୋଗ କରିଛନ୍ତି।

ବିବାହ ପରେ ଦାବି ମୁତାବକ ଏକଲକ୍ଷ ଟଙ୍କା ନଦେବାରୁ ବିଜୟ ସେହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଫେସ୍‌ବୁକ ଆଇଡିରେ ଅପ୍‌ଲୋଡ କରି ତାଙ୍କୁ ବଦନାମ କରୁଛନ୍ତି ବୋଲି ପୀଡ଼ିତା ବାଲେଶ୍ବର ସାଇବର ସେଲ୍‌ରେ ଅଭିଯୋଗ କରିଥିବା ବେଳେ ସ୍ୱାମୀ ତପନ କୁମାର ନାୟକ ମଧ୍ୟ ଔପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ଥାନା ଅଧିକାରୀ ସାଲଖାନ ମୁର୍ମୁଙ୍କ ମତାମତ ଲୋଡ଼ିବାରୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe