ସ୍ତ୍ରୀ ମାନ୍ୟତା ଦାବିରେ ପ୍ରେମିକାର ଧାରଣା: ଏକଜୁଟ ହେଲେ ମହିଳା ସଂଘ ସଦସ୍ୟା

Advertisment
ସ୍ତ୍ରୀ ମାନ୍ୟତା ଦାବିରେ ପ୍ରେମିକାର ଧାରଣା: ଏକଜୁଟ ହେଲେ ମହିଳା ସଂଘ ସଦସ୍ୟା

Sambad English

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ବାବାରାକୋଟ ଗ୍ରାମରେ ସ୍ତ୍ରୀ ମାନ୍ୟତା ଦାବିରେ ପ୍ରେମିକ ସଞ୍ଜୟ ସାହୁ (୩୪)ଙ୍କ ଘର ସମ୍ମୁଖରେ ପ୍ରେମିକା ଧାରଣା ଦେବା ଘଟଣା ଶନିବାର ନୂଆ ମୋଡ଼ ନେଇଛି। ଯୁବତୀଙ୍କୁ ନ୍ୟାୟ ଦେବାକୁ ଗ୍ରାମର ସମସ୍ତ ମହିଳା ସଂଘ ସଦସ୍ୟା ଏକଜୁଟ ହୋଇଛନ୍ତି। ଆଜି ଅପରାହ୍‌ଣରେ ସଞ୍ଜୟଙ୍କ ଘର ଆଗରେ ଶତାଧିକ ମହିଳା ଏକତ୍ରିତ ହୋଇ ତାଙ୍କ ବାପା ବେଣୁଧର ସାହୁଙ୍କ ସହ ଆଲୋଚନା କରିଥିଲେ। ପୁଅ ସଞ୍ଜୟ ଫେରାର୍‌ ଥିବାରୁ ତାଙ୍କୁ ତୁରନ୍ତ ଡକାଇବା ସହ ଓ ସଂପୃକ୍ତା ଯୁବତୀଙ୍କୁ ବୋହୂ କରି ନିଅ ବୋଲି ମହିଳାମାନେ ଦାବି କରିଥିଲେ।

ଗ୍ରାମର ଏହି ସମସ୍ୟା ସମାଜ ଉପରେ ମନ୍ଦ ପ୍ରଭାବ ପକାଉଛି, ତେଣୁ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ତାଗିଦ କରିଥିଲେ। ମାତ୍ର ବେଣୁଧର ନ ମାନିବାରୁ ସଦସ୍ୟାମାନେ ରିଆମାଳ ଥାନାକୁ ଯାଇ ଲିଖିତ ଏତଲା ଦେଇଥିବା ଜଣାପଡ଼ିଛି। ରିଆମାଳ ଥାନାଧିକାରୀ ଲଳିତା ପ୍ରଧାନ ସେମାନଙ୍କୁ ବୁଝାସୁଝା କରିଥିଲେ। ଖବର ପାଇ ଏସ୍‌ଡିପିଓ ପ୍ରତ୍ୟୁଷ ମହାପାତ୍ର ପହଞ୍ଚି ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଏହି ଖବର ରାଜ୍ୟ ସାରା ଚହଳ ପକାଇ ଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। ଯଦ୍ବାରା ନ୍ୟାୟ ଆଶାରେ ଧାରଣା ଦେଇଥିବା ପ୍ରେମିକା କ୍ରମାଗତ ଭାବେ ନିରାଶ ହେବାରେ ଲାଗିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe