ଚାଉଳ ନଦେବାରୁ ହିତାଧିକାରୀଙ୍କ ପଞ୍ଚାୟତ ଫାଟକରେ ତାଲା ପକାଇ ଧାରଣା

Advertisment
ଚାଉଳ ନଦେବାରୁ ହିତାଧିକାରୀଙ୍କ ପଞ୍ଚାୟତ ଫାଟକରେ ତାଲା ପକାଇ ଧାରଣା
ଲକ୍ଷ୍ମୀପ୍ରସାଦ: ବୌଦ୍ଧ ବ୍ଲକ ଅନ୍ତର୍ଗତ ଟିକରପଡା ପଞ୍ଚାୟତ କାର୍ଯ୍ୟଳୟ ସମ୍ମୁଖରେ ହିତାଧିକାରୀଙ୍କୁ ଚାଉଳ ନଦେବାରୁ ଫାଟକରେ ତାଲା ପକାଇ ସକାଳ ୯ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଧାରଣାରେ ବସିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବୌଦ୍ଧ ବ୍ଲକ ଯୋଗାଣ ନିରୀକ୍ଷକ ବିପିନ ବିହାରୀ ମହାପାତ୍ର ଏକ ଟ୍ରକରେ ଚାଉଳ ନେଇ ପହଞ୍ଚିବାରୁ ହିତାଧିକାରୀମାନେ ପ୍ରତିବାଦରୁ ଓହରି ଥିଲେ।
ସୂଚନାରୁ ପ୍ରକାଶ ଯେ ଟିକରପଡ଼ା ପଞ୍ଚାୟତର ଜାମ୍ବୁଖୋଲ, ବିରିଗଡ, ବହଲପଡ଼ା, ଟିକରପଡ଼ା, ବୁରଗୋର।, ବରପଦର, ମଲିକପଡ଼ା ଆଦି ଗ୍ରାମର ହିତାଧିକାରୀ ଦୁଇ ତିନି ମାସ ହେଲା ଚାଉଳ ନଦେବାରୁ ତିନି ଦିନ ହେଲା ପଞ୍ଚାୟତକୁ ଚାଉଳ ନେବାକୁ ଆସି ପଞ୍ଚାୟତରେ ତାଲା ପଡ଼ିଥିବା ଦେଖି ଫେରୁଥିଲେ। ଫଳରେ ଆଜି ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା ଏବଂ ପଞ୍ଚାୟତ ଗେଟରେ ତାଲା ପକାଇବା ସହ ଧାରଣାରେ ବସିଥିଲେ। ଚାଉଳ ନଦେବା ପର୍ଯ୍ୟନ୍ତ ତାଲା ଖୋଲିବୁ ନାହିଁ ବୋଲି ଜିଦରେ ଅଡି ବସିଥିଲେ।
ହିତାଧିକାରୀମାନଙ୍କ ଅଭିଯୋଗ ହେଲା ପ୍ରତି ମାସ କେତେକ ଗ୍ରାମର ହିତାଧିକାରୀମାନଙ୍କୁ ନିୟମିତ ଚାଉଳ ଦେଉଥିବା ବେଳେ ମଲିକପଡ଼ା ଓ ବୁରଗୋରା ହିତାଧିକାରୀ ଚାଉଳ ନେଇ ଆସିଲେ କେଉଁ ଦିନ ମେସିନ ଖରାପ କେଉଁ ଦିନ ନେଟ୍ ୱର୍କ ନାହିଁ ବୋଲି ଫେରାଇ ଦେଇଥିଲେ। କିନ୍ତୁ କେତେକ ହିତାଧିକାରୀଙ୍କ ଘରକୁ ଯାଇ ଆଖି ସ୍କାନ କରି ଚାଉଳ ଦେଉଥିଲେ। ଫଳରେ ଆଜି ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ଗେଟରେ ତାଲା ପକାଇ ଧାରଣାରେ ବସିଥିଲେ। ତେବେ ଘଟଣା ସ୍ଥଳରେ ଯୋଗାଣ ନିରୀକ୍ଷକ ଶ୍ରୀ ମହାପାତ୍ର ପହଞ୍ଚି ସମସ୍ୟାର ସମାଧାନ ହୋଇ ଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe