ବିପିୟୁଟି ପକ୍ଷରୁ ବିଜ୍ଞପ୍ତି : ଅନଲାଇନ୍‌ ପରୀକ୍ଷାରେ ଫେଲ ହେଲେ ଅଫ୍‌ଲାଇନ୍‌ରେ ମିଳିବ ସୁଯୋଗ

Advertisment
ସରକାରଙ୍କ ନିଷ୍ପତ୍ତି ମାନୁନି ବିପିୟୁଟି

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି)ର ଶେଷ ସେମିଷ୍ଟର୍‌ ପରୀକ୍ଷାର୍ଥୀଙ୍କ ଲାଗି ଖୁସି ଖବର। ବର୍ତମାନ ଜାରି ରହିଥିବା ଶେଷ ସେମିଷ୍ଟର୍‌ ଅନ୍‌ଲାଇନ୍‌ ପରୀକ୍ଷାରେ ଫେଲ୍‌ ହେଇଥିଲେ ଛାତ୍ରଛାତ୍ରୀଙ୍କୁ ଆଉ ଏକ ସୁଯୋଗ ମିଳିବ। କୋଭିଡ୍‌-୧୯ ସ୍ଥିତି ସ୍ବାଭାବିକ ‌ହେବା ପରେ ତଥା କଲେଜ ଖୋଲିଲେ ବିଶ୍ଵବିଦ୍ୟାଳୟ ପକ୍ଷରୁ ଅଫ୍‌ଲାଇନ୍‌ରେ ପରୀକ୍ଷା କରାଯିବ। ଫେଲ୍‌ ହୋଇଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇପାରିବେ। ଏନେଇ ବିପିୟୁଟି କୁଳପତିଙ୍କ ନିର୍ଦ୍ଦେଶକ୍ରମେ ପରୀକ୍ଷା ନିର୍ଦ୍ଦେଶକ ଦୀପକ କୁମାର ସାହୁ ବିଜ୍ଞପ୍ତି ଜାରି କରିଛନ୍ତି। ପୂର୍ବରୁ କୁହାଯାଇଥିଲା ଯେ ଅନ୍‌ଲାଇନ୍ ପରୀକ୍ଷା ଦେଇ ନଥିବା ଛାତ୍ରଛାତ୍ରୀଙ୍କୁ କେବଳ ଏହି ସୁଯୋଗ ଦିଆଯିବ। ତେବେ ବର୍ତ୍ତମାନ କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ଵବିଦ୍ୟାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe