Zee Business
ଭୁବନେଶ୍ବର : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟ(ବିପିୟୁଟି)ର ଅନଲାଇନ୍ ପରୀକ୍ଷାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭିନ୍ନ ଛାତ୍ର ସଙ୍ଗଠନ ଓ ଛାତ୍ରଛାତ୍ରୀଙ୍କ ଦାବି ପରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ମୋବାଇଲ୍ରେ ପରୀକ୍ଷା ଦେବାକୁ ଅନୁମତି ଦେଇଥିଲେ। ତେବେ ମୋବାଇଲ୍ ପରୀକ୍ଷା ସମୟରେ ବି ତ୍ରୁଟି ପରିଲକ୍ଷିତ ହେଉଛି ବୋଲି ଅଭିଯୋଗ ଆଣିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)। ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ମୋବାଇଲରେ ପରୀକ୍ଷା ଦେବା ସମୟରେ ଛାତ୍ରଛାତ୍ରୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଯଥା ଅଟୋମେଟିକ୍ ଲଗ୍ ଆଉଟ୍ ହୋଇଯାଉଛି, ପ୍ରଶ୍ନପତ୍ର ଆସୁ ନାହିଁ, ଉତ୍ତର ଠିକ୍ ସେ ନେଉ ନାହିଁ ଭଳି ସମସ୍ୟା ହେଉଛି। ଏହି ସବୁ ତ୍ରୁଟି ସୁଧାରିବା ସହ ବିପିୟୁଟି ନିଜର ବ୍ୟାକଅପ୍ ଓ ଯାନ୍ତ୍ରିକ ବ୍ୟବସ୍ଥାରେ ସୁଧାର ଆଣୁ ବୋଲି ଏବିଭିପି ଦାବି କରିଛି। ଏନେଇ ବିପିୟୁଟି କୁଳପତିଙ୍କୁ ଦାବି ପତ୍ର ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ଦିଗରେ କୁଳପତି ଧ୍ୟାନ ଦେବାକୁ ଟେକ୍ନିକାଲ ଷ୍ଟୁଡେଣ୍ଟ୍ ଫୋରମ୍ର ରାଜ୍ୟ ସଂଯୋଜକ ପ୍ରୀତମ ଦାସ, ରାଜ୍ୟ ସହ ସଂଯୋଜକ ଶୁଭେନ୍ଦୁ ଶତପଥୀ ଓ ପ୍ରତ୍ୟୁଷ ଦେବାଶିଷ ପ୍ରମୁଖ ଦାବି କରିଛନ୍ତି।
Follow Us