ନିଟ୍‌ ଯୋଗୁଁ ମେ’ ୨୦ର ବିପିୟୁଟି ପରୀକ୍ଷା ଘୁଞ୍ଚିଲା

Advertisment

ରମାଦେବୀ ବିଶ୍ବବିଦ୍ୟାଳୟ ପରୀକ୍ଷାରେ ପରିବର୍ତନ

ରମାଦେବୀ ବିଶ୍ବବିଦ୍ୟାଳୟ ପରୀକ୍ଷାରେ ପରିବର୍ତନ

ବିପିୟୁଟି ପରୀକ୍ଷାକୁ ଛାତ୍ରଛାତ୍ରୀଙ୍କ ବିରୋଧ

ରାଉରକେଲା : ଓଡ଼ିଶାରେ ଆସନ୍ତା ୨୦ ତାରିଖରେ ସର୍ବ ଭାରତୀୟ ନିଟ୍‌ ପରୀକ୍ଷା ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ବିପିୟୁଟି ସେମିଷ୍ଟାର୍‌ ପରୀକ୍ଷାରେ ପରିବର୍ତ୍ତନ କରାଯାଇଛି। ମେ’୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ଏବେ ଜୁନ ୧୩ ତାରିଖ ଅନୁଷ୍ଠିତ ହେବ। ଅନ୍ୟ ସବୁ ପରୀକ୍ଷା ନିର୍ଦ୍ଧାରିତ ତାରିଖ ଓ ସମୟାନୁଯାୟୀ ଅନୁଷ୍ଠିତ ହେବବୋଲି ବିପିୟୁଟି ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ମେ’ ୨ ତାରିଖରୁ ବିପିୟୁଟି ସେମିଷ୍ଟାର୍‌ ପରୀକ୍ଷା ଆରମ୍ଭ କରିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ବାତ୍ୟା ‘ଫନି’ ଯୋଗୁଁ ଏହାକୁ ବାତିଲ କରି ମେ’ ୨୦ ତାରିଖରୁ ପରୀକ୍ଷା ଆରମ୍ଭ କରିବାକୁ ବିପିୟୁଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

publive-image

ରମାଦେବୀ ବିଶ୍ବବିଦ୍ୟାଳୟ ପରୀକ୍ଷାରେ ପରିବର୍ତନ

ଭୁବନେଶ୍ବର : ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ମେ’ ୨୦ରେ ଓଡ଼ିଶାରେ ନିଟ୍‌ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ତାହାକୁ ଉପଲବ୍ଧି କରି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ୨୦ ତାରିଖରେ ହେବାକୁ ଥିବା ସମସ୍ତ ସ୍ନାତକ ପରୀକ୍ଷାକୁ ୨୪ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଅନ୍ୟ ଦିନଗୁଡ଼ିକର ଥିଓରି ପରୀକ୍ଷା, ତାରିଖ ଓ ସମୟ ଅପରିବର୍ତିତ ରଖାଯାଇଛି। ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ସ୍ନାତକ ରେଗୁଲାର ଚତୁର୍ଥ ଓ ଦ୍ବିତୀୟ ସେମିଷ୍ଟରର ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା ଜୁନ୍‌ ୨୬ରୁ କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ପ୍ରବେଶିକା ପରୀକ୍ଷା ପୂର୍ବ ନିର୍ଧାରିତ ମେ’ ୧୯ ତାରିଖରେ ଅନୁଷ୍ଠିତ ହେବ। ରାଜ୍ୟର ୨୪ଟି ସହରର ୬୯ଟି ପରୀକ୍ଷା କେନ୍ଦ୍ରରେ ପୂର୍ବାହ୍ନ ୧୦ଟା ୩୦ରୁ ୧୨ଟା ୩୦ ଯାଏ ପରୀକ୍ଷା ହେବ। ତେବେ ଏବେ ସୁଦ୍ଧା ପୁରୀ ସମେତ କେତେକ ସ୍ଥାନରେ ଇଣ୍ଟରନେଟ୍‌ ସୁବିଧା ଉପଲବ୍ଧ ହୋଇପାରି ନାହିଁ। ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପ୍ରତି ଗୁରୁତ୍ବ ଦେଇ ପରୀକ୍ଷା ସମୟରେ ଆଡମିଟ୍‌ କାର୍ଡର ବିକଳ୍ପ ବ୍ୟବସ୍ଥା କରିବାକୁ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe