୮ ଦିନ ଆଗରୁ ବିପିୟୁଟି ପରୀକ୍ଷା ଫଳ : ପାସ୍‌ ହାର ୮୪%

Advertisment
୮ ଦିନ ଆଗରୁ ବିପିୟୁଟି ପରୀକ୍ଷା ଫଳ : ପାସ୍‌ ହାର ୮୪%

ରାଉରକେଲା : ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ୍‌ ଟେକ୍ନୋଲୋଜି (ବିପିୟୁଟି)ର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମୋଟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୪ ପ୍ରତିଶତ କୃତକାର୍ଯ୍ୟ ହୋଇଛନ୍ତି। ଏଥର ୨୯ ହଜାର ୫୯୩ ଜଣ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୪ ହଜାର ୮୫୬ ଜଣ ପାସ୍‌ କରିଛନ୍ତି। ଆଜି ସଂଧ୍ୟାରେ ବିପିୟୁଟି ଓବ୍‌ ସାଇଟ୍‌ରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି। www.bputexam.inରେ ପରୀକ୍ଷା ଫଳ ଉପଲବ୍‌ଧ ହେଉଛି।

ସୂଚନା ଅନୁସାରେ ବିପିୟୁଟି ଅଧିନରେ ଏଥର ୧୧୯ଟି ଇଂଜିନିୟରିଂ କଲେଜ, ୫୬ଟି ଏମ୍‌ବିଏ, ୧୬ଟି ବି ଫାର୍ମା, ୩୨ଟି ଏମ୍‌ସିଏ, ୪ଟି ଆର୍ଚିଟେକ୍ଚର, ୨ଟି ଏମ୍‌ଏସ୍‌ସି କୋର୍ସ, ବି ପ୍ଲାନ୍‌ ଓ ଏମ୍‌ପ୍ଲାନ୍‌ର ଗୋଟିଏ ଓ ୪ଟି ଏମ୍‌ଏଏମ୍‌ କଲେଜରୁ ମୋଟ ୨୯ ହଜାର ୫୯୩ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ବ୍ୟାଚଲର ଅଫ୍‌୍‌ ଆର୍ଚିଟେକ୍‌ଚରରେ ୭୭ ପ୍ରତିଶତ ରେଗୁଲାର ଓ ୭୧ ପ୍ରତିଶତ ବ୍ୟାକ୍‌ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ବ୍ୟାଚଲର ଅଫ୍‌ ଏକ୍‌ଜାମ୍‌ ୯୫ ପ୍ରତିଶତ ରେଗୁଲାର, ପ୍ଲାନ୍‌ରେ ଶତକଡ଼ା ଶହେ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ବି-ଟେକ୍‌ରେ ୯୦ ପ୍ରତିଶତ ରେଗୁଲାର ଓ ୫୨ ପ୍ରତିଶତ ବ୍ୟାକ୍‌, ଏମ୍‌ ପ୍ଲାନ୍‌ରେ ୭୬ ପ୍ରତିଶତ ରେଗୁଲାର ଛାତ୍ରଛାତ୍ରୀ, ଏମ୍‌ଏସ୍‌ସିରେ ୯୫ ପ୍ରତିଶତ ରେଗୁଲାର ଓ ୫୦ ପ୍ରତିଶତ ବ୍ୟାକ୍‌, ଆଇଏନଟିରେ୍‌ ୭୩ ପ୍ରତିଶତ ରେଗୁଲାର, ଏମ୍‌ବିଏରେ ୬୧ ପ୍ରତିଶତ ବ୍ୟାକ୍‌ ଓ ୮୬ ପ୍ରତିଶତ ରେଗୁଲାର, ଏମ୍‌ସିଏରେ ୯୮ ପ୍ରତିଶତ ରେଗୁଲାର ଏବଂ ଏମ୍‌ଏଏମ୍‌ରେ ୮୩ ପ୍ରତିଶତ ବ୍ୟାକ୍‌ ଓ ୯୩ ପ୍ରତିଶତ ରେଗୁଲାର ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ବିପିୟୁଟି କୁଳପତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀଙ୍କ କହିବା ଅନୁସାରେ ଏଥର ପରୀକ୍ଷା ଫଳ ପାଇଁ ମଇ ୩୧ ତାରିଖ ଧାର୍ଯ୍ୟ ହୋଇଥିଲା। ଏହାପୂର୍ବରୁ ସବୁ କାର୍ଯ୍ୟ ଶେଷ ହେବାରୁ ୮ ଦିନ ଆଗରୁ ପରୀକ୍ଷା ଫଳ ପ୍ରକାଶ ପାଇଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe