ଓଡ଼ିଶା ବିପିୟୁଟି ଛାତ୍ରସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

Advertisment
ଓଡ଼ିଶା ବିପିୟୁଟି ଛାତ୍ରସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର : ଓଡ଼ିଶା ବିପିୟୁଟି ଛାତ୍ରସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମିଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ଇଞ୍ଜିନିୟରିଂ କଲେଜର ଛାତ୍ର ପ୍ରତିନିଧି ବୈଠକରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ବିପିୟୁଟି ଛାତ୍ରନେତା ପାର୍ଥସାରଥୀ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାରେ ଶିଳ୍ପାୟନ ତ୍ବରାନ୍ବିତ ହୋଇଛି। ଫଳରେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ନିଜ ରାଜ୍ୟରେ ନିଯୁକ୍ତିର ସୁଯୋଗ ମିଳିପାରୁଛି। ଇଞ୍ଜିନିୟରମାନେ କେବଳ ଓଡ଼ିଶାର ନୁହଁନ୍ତି, ସେମାନେ ସାରା ବିଶ୍ୱର ବିଶ୍ୱକର୍ମା ଭଳି ଦେଶ ଓ ବିଶ୍ୱର ବିକାଶ ଦିଗରେ କାର୍ଯ୍ୟ କରି ଆସୁଛନ୍ତି।

ବିପିୟୁଟି ଛାତ୍ରସଂଘର ପୂର୍ବତନ ସଭାପତି ତଥା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଶକ୍ତି ପ୍ରସାଦ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକାରିଣୀ ବୈଠକରେ ଜଗମୋହନ ବଳିଆଳସିଂହ, ସଂସଦ କୁମାର ନାୟକ, ଆଲୋକ ଜେନା, ରୋଜାଲିନ ନାୟକ, ସୁନିଲ ମହାପାତ୍ର ଓ ଅକ୍ଷୟ ମଲ୍ଲିକ ପ୍ରମୁଖ ବିପିୟୁଟି ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହନ ଦେଇଥିଲେ। ଏହି ଅବସରରେ ଓଡିଶା ବିପିୟୁଟି ଛାତ୍ରସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଜିଆଇଟି ଇଞ୍ଜିନିୟରିଂ କଲେଜର ଛାତ୍ରନେତା କ୍ଷୀତିଶ ଚନ୍ଦ୍ର ବାରିକ ସଭାପତି, ଗୀତମ ଇଞ୍ଜିନିୟରିଂ କଲେଜର ଛାତ୍ରନେତା ମିଲନ ରାଉତରାୟ କାର୍ଯ୍ୟକାରୀ ସଭାପତି, ଗାନ୍ଧୀ ଇଞ୍ଜିନିୟରିଂ କଲେଜର ଛାତ୍ରନେତା ସ୍ୱାଗତ କର ସାଧାରଣ ସମ୍ପାଦକ ଓ ଗିଫ୍ଟ ଇଞ୍ଜିନିୟରିଂ କଲେଜର ଛାତ୍ରନେତା ରୂପମ ଦାସ ଉପସଭାପତି ଭାବେ ମନୋନୀତ ହୋଇଥି‌‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe