ଡ୍ରିମ୍‌ସ ପକ୍ଷରୁ ବିପିୟୁଟି କୁଳପତି ପ୍ରଫେସର ଡ. ଅମୀୟ କୁମାର ରଥଙ୍କୁ ସମ୍ବର୍ଦ୍ଧନା

Advertisment
ଡ୍ରିମ୍‌ସ ପକ୍ଷରୁ ବିପିୟୁଟି କୁଳପତି ପ୍ରଫେସର ଡ. ଅମୀୟ କୁମାର ରଥଙ୍କୁ ସମ୍ବର୍ଦ୍ଧନା

କଟକ: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି)ର ନବନିଯୁକ୍ତ କୁଳପତି ତଥା ବିଶିଷ୍ଟ ଶିକ୍ଷାବିତ୍‌ ପ୍ରଫେସର ଡ. ଅମୀୟ କୁମାର ରଥଙ୍କୁ ଡ୍ରିମ୍‌ସ ଶିକ୍ଷାନୁଷ୍ଠାନ ସମୂହ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଶିକ୍ଷାନୁଷ୍ଠାନର ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର ପ୍ରଫେସର ରଥଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇବା ସହ ରାଜ୍ୟରେ ବୈଷୟିକ ଶିକ୍ଷାର ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ।

‘ଡ୍ରିମ୍‌ସ’ର ଅଧ୍ୟକ୍ଷ ଡ. ପ୍ରମୋଦ ଚନ୍ଦ୍ର ରଥ ନତୂନ କୁଳପତିଙ୍କୁ ଅଭିନନ୍ଦନ ଜଣାଇବା ଅବସରରେ କହିଛନ୍ତି ଯେ, ଶିକ୍ଷାଦାନ, ଗବେଷଣା ଓ ପ୍ରଶାସନିକ କ୍ଷେତ୍ରରେ ଦୀର୍ଘ ଅଭିଜ୍ଞତା, ଉତ୍ସର୍ଗୀକୃତ ଓ ନିଷ୍ଠାପର ସାଧନା ଡ. ରଥଙ୍କୁ ଆଜି ଏହି ସମ୍ମାନଜନକ ପଦବିରେ ଅଧିଷ୍ଠିତ କରାଇଛି। ତାଙ୍କର ଏହି ନିଯୁକ୍ତି ଗୁଣାତ୍ମକ ଶିକ୍ଷା ଓ ଦକ୍ଷତା ବିକାଶରେ ସହାୟକ ହେବା ସହିତ ବିପିୟୁଟିର ଛାତ୍ରଛାତ୍ର, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କୁ ଅନୁପ୍ରେରିତ କରିବ ଓ ବିଶ୍ବବିଦ୍ୟାଳୟକୁ ଉତ୍କର୍ଷର ଶିଖରରେ ପହଞ୍ଚାଇବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe