ବିପିୟୁଟି କୁଳପତି ଚୟନରେ ଅନିୟମିତତା ନେଇ ରାଜ୍ୟପାଳଙ୍କୁ ଫେରାଦ

Advertisment
ବିପିୟୁଟି କୁଳପତି ଚୟନରେ ଅନିୟମିତତା ନେଇ ରାଜ୍ୟପାଳଙ୍କୁ ଫେରାଦ

ଭୁବନେଶ୍ୱର: ବିପିୟୁଟି କୁଳପତି ଚୟନରେ ଅନିୟମିତତା ନେଇ ଆଜି ରାଜ୍ୟପାଳଙ୍କୁ ଫେରାଦ ଦେଇଛି ଜଷ୍ଟିସ୍‌ ଫର ହ୍ୟୁମାନିଟି। ସଂଗଠନର କର୍ମକର୍ତାମାନେ ବିପିୟୁଟିର କୁଳପତିଭାବେ ଏନ୍‌ଆଇଟି/ଆଆଇଟିର ଓଡ଼ିଆ ବ୍ୟକ୍ତିଙ୍କୁ କୁଳପତିଭାବେ ନିଯୁକ୍ତି ଦିଆଯିବା ଉପରେ ମଧ୍ୟସ୍ଥତା କରିବାକୁ ଦାବି କରିଛନ୍ତି।

ସଂଗଠନର ଲଲାଟେନ୍ଦୁ ଦାସ କହିଛନ୍ତି, ବିପିୟୁଟିର କୁଳପତି ନିଯୁକ୍ତି ପାଇଁ ଗତ ସେପ୍ଟେମ୍ବର ୫ତାରିଖରେ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୁବ୍ରତ ବାଗ୍‌ଚୀଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଥିଲା। ଏହି ପଦବି ଲାଗି ଚୟନ ହୋଇଥିବା ବ୍ୟକ୍ତିଙ୍କୁ ଗତମାସ ୨୭ତାରିଖରେ ରାଜଭବନରେ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା। ଏଥିରେ ବୁର୍ଲାର ୫ଜଣ ଆବେଦନକାରୀ ରହିଥିଲେ। ତେବେ ବୁର୍ଲା ବିଶ୍ୱବିଦ୍ୟାଳୟର ୯ମ ସମାବର୍ତନ ଉତ୍ସବରେ କୁଳପତି ଇ.ସାଇବାବା ରେଡ୍ଡି ସୁବ୍ରତ ବାଗ୍‌ଚୀଙ୍କୁ ଡିଏସ୍‌ସି ସମ୍ମାନରେ ସମ୍ମାନିତ କରିଥିଲେ। କୁଳପତି ନିଯୁକ୍ତି ପାଇଁ ହୋଇଥିବା ଚୟନକାର୍ତାଙ୍କ ମଧ୍ୟରେ ଇ.ସାଇବାବା ରେଡ୍ଡି ମଧ୍ୟ ରହିଛନ୍ତି। ଏହାସହ ଶ୍ରୀ ବାଗ୍‌ଚୀଙ୍କୁ ଏହି ସମ୍ମାନ ପ୍ରଦାନ କରିବା ପାଇଁ ବିଶ୍ୱବିଦ୍ୟାଳୟର ୫ଜଣ କର୍ମକର୍ତା ପ୍ରସ୍ତାବ ଦେଇଥିଲେ। ସେମାନଙ୍କୁ ମଧ୍ୟ ଏହି ସାକ୍ଷାତକାରକୁ ଡକାଯାଇଥିଲା। ସେହିପରି ସାକ୍ଷାତକାରକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ସିବିଆଇ ତଦନ୍ତ ଚାଲିଛି। ତେଣୁ ବିପିୟୁଟିର କୁଳପତି ଚୟନରେ ହୋଇଥିବା ଅନିୟମିତତାରେ ମଧ୍ୟସ୍ଥତା କରିବା ପାଇଁ ସଂଗଠନ ପକ୍ଷରୁ ରାଜ୍ୟପାଳଙ୍କ ନିକଟରେ ଦାବି ହୋଇଛି। ଏହି ପ୍ରତିନିଧି ଦଳରେ ଦେବ କୁମାର ରଥ, ଅରୁଣ ମହାନ୍ତି ଓ ପ୍ରଶାନ୍ତ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe