ପାକିସ୍ତାନ ହାତରେ ‘ବ୍ରହ୍ମାସ୍ତ୍ର’ ତଥ୍ୟ!

Advertisment

ଧରାପକାଇଲା ଦିଲ୍ଲୀ ଗୁଇନ୍ଦା ମୁଖ୍ୟାଳୟ, କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ହାତରେ ତଦନ୍ତ

ଧରାପକାଇଲା ଦିଲ୍ଲୀ ଗୁଇନ୍ଦା ମୁଖ୍ୟାଳୟ, କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ହାତରେ ତଦନ୍ତ

ପାକିସ୍ତାନ ହାତରେ ‘ବ୍ରହ୍ମାସ୍ତ୍ର’ ତଥ୍ୟ!

ଦେଶଦ୍ରୋହ ମାମଲାରେ ଜେଲ୍‌ ଗଲେ ୪ ଅଭିଯୁକ୍ତ
ଘ‌ଟଣା ପଛରେ ନାହାନ୍ତି ତ ଆଇଟିଆର୍‌ ଅଧିକାରୀ, କର୍ମଚାରୀ!

କଟକ/ବାଲେଶ୍ବର : ଭାରତୀୟ ପ୍ରତିରକ୍ଷା ବିଭାଗର ‘ବ୍ରହ୍ମାସ୍ତ୍ର’ କୁହାଯାଉଥିବା ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ୍‌’ ସମ୍ପର୍କିତ ଗୋପନୀୟ ତଥ୍ୟ ପାକିସ୍ତାନ ହାତରେ ଲାଗିଥିବା କୁହାଯାଉଛି। ଡିଆରଡିଓ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଧରାପଡ଼ିଥିବା ୪ ଠିକା କର୍ମଚାରୀ ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ‘ବ୍ରହ୍ମୋସ୍‌’ ସମ୍ପର୍କିତ ଗୋପନୀୟ ତଥ୍ୟ ପାକିସ୍ତାନ ଗୁଇନ୍ଦା ସ˚ସ୍ଥା ଆଇଏସ୍‌ଆଇକୁ ଲିକ୍‌ କରିଛନ୍ତି! ଘାଟିରେ ଥିବା ଗୋଳାବାରୁଦ କାରଖାନାର ମ୍ୟାପ୍‌ ଓ ଘାଟିର ଅବସ୍ଥିତି ସମ୍ପର୍କିତ ଭିଡିଓ ରେକର୍ଡ କରି ଏହି ଠିକା କର୍ମଚାରୀ ପାକିସ୍ତାନ ପଠାଇଥିବା ସନ୍ଦେହ କରାଯାଉଛି। ଗଲା ପ୍ରାୟ ୬ରୁ ୭ ମାସ ହେବ ଏମାନେ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ପାକିସ୍ତାନକୁ ତଥ୍ୟ ଲିକ୍‌ କରିଆସୁଥିବା ବେଳେ ଶେଷରେ ଦିଲ୍ଲୀସ୍ଥିତି ଗୁଇନ୍ଦା ମୁଖ୍ୟାଳୟର ସ୍କାନରକୁ ଆସିଥିଲେ। ଦିଲ୍ଲୀରୁ ସୂଚନା ପାଇବା ପରେ ଓଡ଼ିଶା ଗୁଇନ୍ଦା ବିଭାଗର ହୋସ୍‌ ଉଡ଼ିଯାଇଥିଲା। ବାଲେଶ୍ବର ପୁଲିସ ଏହି ୪ଜଣଙ୍କୁ ଚାନ୍ଦିପୁରରୁ ଗିରଫ କରବିା ପରେ ଆଉ କେହି ଏଭଳି କାରବାରରେ ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ଗଠନ କରି ତଦନ୍ତ ଆରମ୍ଭ କରିଛି।

ଗିରଫ ଏହି ୪ ଜଣ ଠିକା କର୍ମଚାରୀଙ୍କ ନାଁ ଆଜି ପୁଲିସ ପ୍ରକାଶ କରିଛି। ସେମାନଙ୍କ ମଧ୍ୟରୁ ମାଷ୍ଟର୍‌ମାଇଣ୍ଡ କୁହାଯାଉଥିବା ଚାନ୍ଦିପୁର ଥାନା ଝାମ୍ପୁରା ଗ୍ରାମର ବସନ୍ତ ବେହେରା (୫୨), ଯିଏକି ଆଇଟିଆର୍‌ରେ ଏସି ଅପରେଟର ଭାବେ କାମ କରୁଥିଲେ। ଅନ୍ୟମାନେ ହେଲେ, ଚାନ୍ଦିପୁର ଥାନା ଶ୍ରୀକୋଣା ଗ୍ରାମର ସେକ୍‌ ମୁସାଫିର (୩୨), ଜେନେରେଟର ଅପରେଟର ଥିବା ସଦର ଥାନା ବୁଆଁଳ ଅଞ୍ଚଳର ‌ହେମନ୍ତ କୁମାର ମିସ୍ତ୍ରି (୫୨) ଓ ଆଇଟିଆର୍‌ ମେନ୍‌ ଗେଟ୍‌‌ରେ କର୍ମଚାରୀ ଥିବା ସଦର ଥାନା ପାଳସିଆ ଅଞ୍ଚଳର ତାପସ ରଂଜନ ନାୟକ (୪୧)। ବାଲେଶ୍ବର ଏସ୍‌ପି ସୁଧାଂଶୁ ଶେଖର ମିଶ୍ର କହିଛନ୍ତି ଯେ ଅଭିଯୁକ୍ତମାନଙ୍କର ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌, ଫୋନ୍‌ କଲ୍‌ ଓ ମେସେଜ୍‌ରେ ଆଇଟିଆର୍‌ର ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ ସୂଚନା ବାହାର ରାଷ୍ଟ୍ରକୁ ପ୍ରଘଟ କରାଯାଇଛି। ଏହାପଛରେ ଆଉ କେଉଁମାନଙ୍କର ହାତ ରହିଛି, ସେ ବାବଦରେ ଖୋଳତାଡ଼ ଜାରି ରହିଛି।

ଏହି ଚାରି ଜଣଙ୍କ ନିକଟକୁ ନିୟମିତ ଭାବେ ପାକିସ୍ତାନରୁ ଫୋନ୍‌ କଲ୍‌ ଏବ˚ ଟଙ୍କା ଆସୁଥିବା ଦିଲ୍ଲୀ ଗୁଇନ୍ଦା ମୁଖ୍ୟାଳୟ ପ୍ରଥମେ ସୂଚନା ପାଇଥିଲା। ଓଡ଼ିଶାର ବାଲେଶ୍ବର ଜିଲ୍ଲାକୁ ପାକିସ୍ତାନରୁ ଫୋନ୍‌ କଲ୍‌ ଆସିବା ସହିତ ଟଙ୍କା ଆସୁଥିବା ଭଳି ଖବର ମିଳିବାପରେ ଡିଆରଡିଓର ଏହି ଚାରି କର୍ମଚାରୀଙ୍କୁ ଟ୍ରାକ୍‌ କରିବାକୁ ଓଡ଼ିଶା ଗୁଇନ୍ଦା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ଚାରି ଜଣଙ୍କୁ ଏକକାଳୀନ ଗିରଫ କରିବା ପାଇଁ ଓଡ଼ିଶା ପୁଲିସ ମାଷ୍ଟରପ୍ଲାନ୍‌ କରି ୧୩ ତାରିଖ ବିଳମ୍ବିତ ରାତିରେ ଚାନ୍ଦିପୁର ଅଞ୍ଚଳରୁ ଉଠାଇ ନେଇଥିଲା। ବୁଧବାର ସନ୍ଧ୍ୟାରେ ସମସ୍ତଙ୍କୁ କୋର୍ଟରେ ହାଜର କରାଯିବା ପରେ ଜେଲ ହାଜତକୁ ଠାଇ ଦିଆଯାଇଛି। କୋର୍ଟକୁ ନିଆଯିବା ସମୟରେ ଜଣେ ଅଭିଯୁକ୍ତ ବଡ଼ ପାଟିରେ ଏହି ମାମଲାରେ ଫସାଇ ଦିଆଯାଇଥିବା କହିଥିଲେ। ସେ ଦେଶ ବିରୋ‌ଧରେ କିଛି ବି ବେଆଇନ କାମ କରିନାହାନ୍ତି। ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଫୋନ୍‌ କଲ୍‌କୁ ଠିକ୍‌ ଭାବେ ଯାଞ୍ଚ୍‌ କରାନଯାଇ ଦେଶଦ୍ରୋହ ଭଳି ସଙ୍ଗିନ ମାମଲାରେ ପୁଲିସ ଛନ୍ଦି ଦେଇଛି। ଏହି ଘଟଣାରେ ଯେଉଁମାନଙ୍କର ହାତ ରହିଛି, ସେମାନଙ୍କ ପାଖରେ ତଦନ୍ତକାରୀ ସଂସ୍ଥା ପହଞ୍ଚି ପାରିବନି। ଯଦି ଠିକ୍‌ ଭାବେ ତଦନ୍ତ କରାଯିବ ପ୍ରତିରକ୍ଷା ବିଭାଗର ବଡ଼ ଅଧିକାରୀ ଓ ଆଇଟିଆର୍‌ କର୍ମଚାରୀମାନେ ମଧ୍ୟ ଏହି ଲିଙ୍କ୍‌ରେ ଆସିବେ ବୋଲି ସେ କହିଥିଲେ।

publive-image Patrika

ମିଳିଥିବା ସୂଚନା ଅନୁସାରେ ହନିଟ୍ରାପ୍‌ରେ ଫସି ସମ୍ପୃକ୍ତ ୪ ଠିକା କର୍ମଚାରୀ ଭିଡିଓ, ଫୋନ୍‌ କଲ, ସୋସିଆଲ୍‌ ମିଡିଆ, ମେସେଜ୍‌ ମାଧ୍ୟମ‌ରେ ବିଭିନ୍ନ ତଥ୍ୟ ପ୍ରଘଟ କରୁଥିଲେ। ଅଭିଯୁକ୍ତମାନଙ୍କ ଫେସବୁକ୍‌ ଆକାଉଣ୍ଟ୍‌ରେ ବାହାର ଦେଶର ଶତାଧିକ ବନ୍ଧୁ ରହିଥିବା ବେଳେ ତନ୍ମଧ୍ୟରୁ ପାକିସ୍ତାନର ଜଣେ ମହିଳା ମଧ୍ୟ ଅଛନ୍ତି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବସନ୍ତ ହିଁ ପ୍ରଥମେ ଉକ୍ତ ମହିଳାଙ୍କ ଯୋଗାଯୋଗରେ ଆସିଥିଲେ। ଭଏସ୍‌ କଲ ରେକର୍ଡରେ ଉକ୍ତ ମହିଳାଙ୍କ ସ୍ୱର ଓ ବାର୍ତ୍ତାଳାପକୁ ଗୁଇନ୍ଦା ଏଜେନ୍ସି ରେକର୍ଡିଂ କରିଥିବା ଜଣାଯାଇଛି। ଧୀରେ ଧୀରେ ଏହି ମହିଳାଜଣକ ସମସ୍ତ ଅଭିଯୁକ୍ତଙ୍କୁ ପାଲରେ ପକାଇ ସମ୍ପର୍କକୁ ନିବିଡ଼ କରିଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତମାନେ ତାଙ୍କ ମାୟାବିନୀ ଜାଲର ଶିକାର ହୋଇ ଦେଶର ସୁରକ୍ଷା ସମ୍ପର୍କିତ ତଥ୍ୟ ‌ତାଙ୍କୁ ପ୍ରଦାନ କରିଥିଲେ। ଏପରିକି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପ୍ରତ୍ୟେକ ଦିନର କାର୍ଯ୍ୟ ସଂପର୍କରେ ତଥ୍ୟ ପାଇବା ଲାଗି ଉକ୍ତ ପା‌କିସ୍ତାନୀ ମହିଳା ଏହି ୪ ଠିକା କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟ୍‌କୁ ଟଙ୍କା ପଠାଇଥିବା ଏବଂ ପରସ୍ପର ସହ ମିଶିବା ପାଇଁ ଅଭିଯୁକ୍ତମାନେ ସଂପୃକ୍ତ ମହିଳାଙ୍କୁ କୋଲକାତା ଆସିବାକୁ କହିଥିବା ସ୍ବୀକାର କରିଛନ୍ତି। ଆଇଏସ୍‌ଡି କଲ୍‌ ମାଧ୍ୟମରେ ଏହି ସବୁ ତଥ୍ୟ ଆଦାନ ପ୍ରଦାନ ଚାଲିଥିବା ବେଳେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଏମାନଙ୍କ ମୋବାଇଲ ବାର୍ତ୍ତାଳାପକୁ ଟ୍ରାକିଂ କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ଓଡ଼ିଶା ପୁଲିସ ଡିଜିଙ୍କୁ ଅବଗତ କରିଥିଲା।

ଇତିମଧ୍ୟରେ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ଯାଇଛି। କ୍ରାଇମବ୍ରାଞ୍ଚ ଏଡିଜି ସ˚ଜୀବ ପଣ୍ତାଙ୍କ ଅଧ୍ୟକ୍ଷତାରେ ଏକ ଏସ୍‌ଆଇଟି(ସ୍ବତନ୍ତ୍ର ତଦନ୍ତକାରୀ ଦଳ) ଗଠନ କରାଯାଇଛି। ଏହି ଦଳର ନେତୃତ୍ବ ନେଉଛନ୍ତି ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ବିଶୋଇ । ଶ୍ରୀ ବିଶୋଇଙ୍କ ସମେତ କ୍ରାଇମବ୍ରାଞ୍ଚ ସାଇବର‌୍‌ ସେଲ୍‌ର ଜଣେ ଇନସ୍ପେକ୍ଟର ଓ ଏସଆଇ ଥିବା ବେଳେ ଅନ୍ୟ ଜଣେ ଅଫିସର ସାମିଲ ହୋଇଛନ୍ତି। ଚାନ୍ଦିପୁର ଥାନା ରୁଜୁ କରିଥିବା ମାମଲା(କେସ୍‌ ନ˚ ୭୬/୨୦୨୧)କୁ ବାଲେଶ୍ବର ଏସପି ସୁଧା˚ଶୁ ଶେଖର ମିଶ୍ର ଏହି ଟିମ୍‌କୁ ହସ୍ତାନ୍ତର କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଆଜକୁ ଠିକ୍‌ ୬ ବର୍ଷ ତଳେ ୨୦୧୫ ଜାନୁଆରି ୨୩ ଡିଆରଡିଓ ଚାନ୍ଦିପୁରର ଆଇଟିଆର‌ରୁ ପାକିସ୍ତାନର ଗୁଇନ୍ଦା ସ˚ସ୍ଥା ଆଇଏସଆଇକୁ ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ସେଠାକାର ଠିକା ଫଟୋଗ୍ରାଫର‌ ଈଶ୍ବର ଚନ୍ଦ୍ର ବେହେରା ଲିକ୍‌ କରିବା ଅଭିଯୋଗରେ ଧରାପଡ଼ିଥିଲା। ଡିଆରଡିଓର କ୍ଷେପଣାସ୍ତ୍ର ପରୀକ୍ଷା ହେଉଥିବା ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନରୁ ଲଗାତାର ଦୁଇଥର ପାକିସ୍ତାନକୁ ତଥ୍ୟ ଲିକ୍‌ ହେବା ଘଟଣାକୁ କ୍ରାଇମବ୍ରାଞ୍ଚ ଗୁରୁତ୍ବର ସହିତ ନେଇଛି। ଏବେ ଜେଲରେ ଆଜୀବନ ସଜା କାଟୁଥିବା ଈଶ୍ବରକୁ କ୍ରାଇମବ୍ରାଞ୍ଚ ଏସଆଇଟି ତଦନ୍ତ ପରିସରଭୁକ୍ତ କରିବାକୁ ଯୋଜନା କରୁଛି। ଏବେ ଧରାପଡ଼ିଥିବା ଲିଙ୍କରେ ବସନ୍ତ ମୁଖ୍ୟ କାର୍ପଟଦାର‌ କୁହାଯାଉଥିବା ବେଳେ ଅଭିଯୁକ୍ତ ୪ ଜଣଙ୍କୁ ରିମାଣ୍ତରେ ଆଣି ଅଧିକ ପଚରାଉଚରା କରାଯିବ। ସମସ୍ତଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ତଥ୍ୟ ଲିକ୍‌ ବଦଳରେ ଯେଉଁ ଟଙ୍କା ଆସିଥିବା ପ୍ରମାଣ ମିଳିଛି, କ୍ରାଇମବ୍ରାଞ୍ଚ ତାହାକୁ ଜବତ କରିଛି। କେତେ ଟଙ୍କା ମୋଟ କାରବାର ହୋଇଛି, କ୍ରାଇମବ୍ରାଞ୍ଚ ସେ ନେଇ ଅନୁଧ୍ୟାନ କରୁଛି। ଆଇଟିଆରରେ ଆହୁରି କିଛି ଠିକା କର୍ମଚାରୀ ଥିବା କୁହାଯାଉଥିବା ବେଳେ ନିର୍ଦ୍ଦିଷ୍ଟ ଭାବେ ସେଭଳି କେହି ହନିଟ୍ରାପରେ ପଡ଼ିଛନ୍ତି କି ନାହିଁ, କ୍ରାଇମବ୍ରାଞ୍ଚ ତାକୁ ବି ତଦନ୍ତ ପରିସରଭୁକ୍ତ କରିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe