ହରିଚନ୍ଦନପୁର: ଓଡ଼ିଶାର ଗର୍ବ ଓ ଗୌରବ ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ ଆଜି ଭାରତ ବର୍ଷର ୧୫ ତମ ରାଷ୍ଟ୍ରପତି ଭାବେ ଶପଥ ପାଠ ନେବାପରେ ହରିଚନ୍ଦନପୁର ବ୍ଲକ ବ୍ରାହ୍ମଣୀପାଳରେ ଉତ୍ସବ ପାଳିତ ହୋଇଛି। ବ୍ରାହ୍ମଣୀପାଳର ବାବା ଚିଲିକା ଆଦିବାସୀ ୟୁଥ କ୍ଲବ୍ ଓ ମା ତାରିଣୀ ଟିପର ଓ ଟ୍ରକ ସଂଘର ମିଳିତ ଆନୁକୂଲ୍ୟରେ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ଏଥିସହିତ ୫ ଶହରୁ ଊର୍ଦ୍ଧ୍ବ ଲୋକଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।
ଏହି ଅବସରରେ ସାନ୍ତାଳୀ ନୃତ୍ୟ ପରିବେଷଣ କରାଯାଇ ଉତ୍ସବ ପାଳନ କରାଯାଉଛି। ଟିପର ଓ ଟ୍ରକ ସଂଘର ସଭାପତି ଆଲୋକ ପାତ୍ର, ୟୁଥ କ୍ଲବ୍ର ଧନେଶ୍ୱର ଟୁଡୁ, ମୁକ୍ତିକାନ୍ତ ମୁର୍ମୁ, କୃଷ୍ଣଚନ୍ଦ୍ର ମୁର୍ମୁଙ୍କ ତତ୍ତ୍ବାବଧାନରେ ଏହି ଉତ୍ସବ ପାଳିତ ହେଉଛି। ଏହି ସାନ୍ତାଳୀ ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ରାତି ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକ ଶ୍ରୀ ଟୁଡୁ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2022/07/18-20.jpg)