ରାଜ୍ୟସ୍ତରୀୟ ବ୍ରଜବନ୍ଧୁ ମେଧାବୃତ୍ତି ପରୀକ୍ଷା: ଭୱନ ସାହୁ ପ୍ରଥମ

ରାଜ୍ୟସ୍ତରୀୟ ବ୍ରଜବନ୍ଧୁ ମେଧାବୃତ୍ତି ପରୀକ୍ଷା: ଭୱନ ସାହୁ ପ୍ରଥମ

ଭୁବନେଶ୍ବର : ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ‘ସମ୍ବାଦ’ ପକ୍ଷରୁ ରାଜ୍ୟସ୍ତରୀୟ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ୧୩ଟି କେନ୍ଦ୍ରରେ ଅନୁଷ୍ଠିତ ଏହି ମେଧାବୃତ୍ତି ପରୀକ୍ଷାରେ ୧୬ଟି ଜିଲ୍ଲାର ୧୧୭୮ଜଣ ମେଧାବୀ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିରେ ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଭୱନ କୁମାର ସାହୁ ସାରା ରାଜ୍ୟରେ ପ୍ରଥମ ହୋଇଥିବା ବେଳେ ସେହି ଜିଲ୍ଲାର ଇଟାମାଟି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସ୍ମୃତିରେଖା ଆଚାର୍ଯ୍ୟ ଓ ଜଗତ୍‌ସିଂହପୁର ଜିଲ୍ଲା ଅଣଖିଆ ସରସ୍ବତୀ ବିଦ୍ୟାମନ୍ଦିରର କ୍ଷୀରାବ୍ଦୀ ତନୟା ଶତପଥୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପରୀକ୍ଷା ପୂର୍ବରୁ କେଏମ୍‌ବିବି ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ର ଅଧ୍ୟକ୍ଷ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭଚ୍ଛା ଜଣାଇଥିଲେ।

ଏହି କ୍ରମରେ କେଏମ୍‌ବିବି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ପରୀକ୍ଷା କେନ୍ଦ୍ରରେ ଖୋର୍ଧା ସମେତ କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତ୍‌ସିଂହପୁର ଜିଲ୍ଲାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଠାରେ କେଏମ୍‌ବିବି ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ର ପ୍ରାଶାସନିକ ନିର୍ଦେଶକ ସରୋ‌ଜ କୁମାର ପଣ୍ଡା ପରୀକ୍ଷାକୁ ଉଦ୍‌ଘାଟନ କରିଥିବା ବେଳେ ଅଧ୍ୟକ୍ଷ ବିଭୂତି ଚରଣ ସୂତାର ଅଭିଭାବକଙ୍କୁ ମେଧାବୃତ୍ତି ପରୀକ୍ଷା ସମ୍ପର୍କ‌ରେ ଅବଗତ କରାଇଥିଲେ। ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସୁରୁଖୁରରେ ପରୀକ୍ଷା ଶେଷ ହୋଇଛି। ପରୀକ୍ଷାରେ ରାଜ୍ୟସ୍ତରରେ ଶ୍ରେଷ୍ଠ ‌ହୋଇଥିବା ୩ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏକ ସ୍ବତନ୍ତ୍ର ଉତ୍ସବରେ ଶ୍ରୀ ପଟ୍ଟନାୟକ ପୁରସ୍କୃତ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe