‘ସମ୍ବାଦ’ ପକ୍ଷରୁ ରାଜ୍ୟବ୍ୟାପି ଆୟୋଜିତ ହେଲା ବ୍ରଜବନ୍ଧୁ ମେଧାବୃତ୍ତି ପରୀକ୍ଷା -୨୦୧୯

Advertisment
‘ସମ୍ବାଦ’ ପକ୍ଷରୁ ରାଜ୍ୟବ୍ୟାପି ଆୟୋଜିତ ହେଲା ବ୍ରଜବନ୍ଧୁ ମେଧାବୃତ୍ତି ପରୀକ୍ଷା -୨୦୧୯

ଭୁବନେଶ୍ୱର : ସମ୍ବାଦ ପକ୍ଷରୁ ଆଜି ରାଜ୍ୟ ବ୍ୟାପି ଆୟୋଜିତ ହୋଇଯାଇଛି ବ୍ରଜବନ୍ଧୁ ମେଧାବୃତ୍ତି ପରୀକ୍ଷା -୨୦୧୯ । ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ସମ୍ବାଦ ପକ୍ଷରୁ ଏହି ମେଧାବୃତ୍ତିର ଆୟୋଜନ କରାଯାଇଛି । ଏଥିରେ ବିଭିନ୍ନ ସ୍କୁଲର ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ପରୀକ୍ଷା ପରେ ଉତ୍ତରଖାତା ଗୁଡିକୁ ଅଭିଜ୍ଞ ଶିକ୍ଷକଙ୍କ ଦ୍ୱାରା ଦେଖାଯାଇ ନମ୍ବର ଦିଆଯାଇଛି । ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଛି ।

ଏହି ପ୍ରତିଯୋଗିତାରେ ରାଜ୍ୟସ୍ତରରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ନୟାଗଡର ଭବାନୀ ଶଙ୍କର ସାହୁ ପ୍ରଥମ ସ୍ଥାନ ଅଧିକାରୀ କରିଥିବାବେଳେ ଇଟାମାଟିର ସ୍ମୃତିରେଖା ଆଚାର୍ଯ୍ୟ ଦ୍ୱିତୀୟ ଓ ଜଗତସିଂପୁର ଅରଖିଆର କ୍ଷୀରାବ୍ଧି ତନୟା ଶତପଥୀ ତୃତୀୟ ସ୍ଥାନରେ ରହିଛନ୍ତି । ଏହା ସହିତ ଆଜିର ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀ ଆଗାମୀ ବୋର୍ଡ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଲେ ୫୦ ହଜାର ଟଙ୍କା, ୮୦ ପ୍ରତିଶତରୁ ଅଧିକ ନମ୍ବର ରଖିଲେ ୧୦ ହଜାର ଟଙ୍କା ପୁରସ୍କାର ରାଶି ଦିଆଯିବା ସହିତ ପ୍ରତିବର୍ଷ ବିଜ୍ଞାନ ପଢ଼ିବା ପାଇଁ ବୃତ୍ତି ଦିଆଯିବାର ବ୍ୟବସ୍ଥା ରହିଛି । ଏହି ମେଧାବୃତ୍ତି ପରୀକ୍ଷା ଦ୍ୱାରା ମାନସିକ ଓ ବୌଦ୍ଧିକ ବିକାଶ ସାଙ୍ଗକୁ ଆଗକୁ ଶିକ୍ଷା କ୍ଷେତ୍ରରେ ଅନେକ ଫାଇଦା ହେବ ବୋଲି ଛାତ୍ରଛାତ୍ରୀମାନେ ମତ ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe