The New Indian Express
ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନକୁ ଆଠ ଦିନ ବାକି। ରାଜନୈତିକ ଦଳର ନେତାମାନେ ଆଉ ୭ଦିନ ପ୍ରଚାର କରିବେ। ଏବେ ଉପନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ, ଭାରତୀୟ ଜନତା ଦଳ ଓ କଂଗ୍ରେସ ଜୋରଦାର ପ୍ରଚାର କରୁଛନ୍ତି । ବିଜୁ ଜନତା ଦଳ ଦଳ କଡା ଟକ୍କର ଦେଉଛି ଭାରତୀୟ ଜନତା ପାର୍ଟି। ମନ୍ତ୍ରୀ ଟୁକୁନି ସାହୁ ଓ ବିଜେଡି ବିଧାୟିକା ସ୍ୱେହାଙ୍ଗିନୀ ଛୁରିଆ ଗାଁ ଗାଁ ବୁଲି ବିଜେଡି ପ୍ରାଥି ଅଳକା ମହାନ୍ତିଙ୍କ ପାଇଁ ପ୍ରଚାର କରୁଛନ୍ତି। ପ୍ରତି ପଂଚାୟତର ଗାଁ ଗାଁରେ ଲୋକଙ୍କ ନିକଟକୁ ପହଞ୍ଚିବା ପାଇଁ ବିଜେଡି ପୂର୍ବରୁ ରଣନୀତି କରିସାରିଛି। ସେଥିପାଇଁ ଦଳର ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦିଆଯାଇଛି। ସ୍ୱର୍ଗତ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ଜନିତ ସହାନୁଭୁତିର ଲହର ବିଜେଡିକୁ ସୁହାଉଥିବା ବେଳେ ବିରୋଧୀ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିଛନ୍ତିି । ବିଜେପି ପ୍ରାଥି ରାଧାରାଣୀ ପଣ୍ଡା ଲଖନପୁର ବ୍ଲକର ଘର ଘର ବୁଲି ଭୋଟ ମାଗୁଥିବା ଦେଖିବାକୁ ମିଳିଛି।
Follow Us