ବିନିକା: ସୋମବାର ଅପରାହ୍ନ ୪ ଟା ସମୟରେ ବିନିକା-ତେଲିପାଲି ରାସ୍ତା ବିନିକା ଥାନା ମିଶ୍ରପାଲି ଆଗରେ ସାଇକେଲ ଯୋଗେ ବାପ ଝିଅ ଯାଉଥିବା ସମୟରେ ତାଙ୍କ ଠାରୁ ୪ଜଣ ଲୁଟେରା ମୋବାଇଲ ଝାମ୍ପି ଏକ ବାଇକରେ ପଳାଇ ଯାଇଥିଲେ। ସେହି ସମୟରେ ରାସ୍ତାରେ ଯାଉଥିବା ସିଲାଟି ଗ୍ରାମର କୃତାର୍ଥ ପୁରୋହିତ ଲୁଟେରାଙ୍କ ପିଛା କରିଥିଲେ।
ଦୀର୍ଘ ୨୫ କିଲୋମିଟର ପିଛା କଲାପରେ ଜୁଲୁଣ୍ଡା ଗାଁ ନିକଟରେ ଚାରି ଜଣ ଲୁଟେରାଙ୍କୁ କାବୁ କରିବା ସହ ଜନସାଧାରଣ ବହେ ଛେଚିଥିଲେ । ଲୁଟେରାଙ୍କ ପାଖରୁ ଲୁଟ୍ ମୋବାଇଲ, ଛୁରୀ, ଗୋଟିଏ କପ ସିରଫ ବୋତଳ ଓ ବାଇକ ନମ୍ବର –ଓଡ଼ି -୩୧ଜି ୨୧୪୬କୁ ଜବତ କରି ଲଛିପୁର ପୁଲିସ ଜିମା ଦେଇଥିଲେ।
ଆହୁରି ପଢ଼ନ୍ତୁ:Accident: ଦୁଇ ବାଇକ୍ ଧକ୍କା: ୨ ମୃତ, ଜଣେ ଗୁରୁତର
ଛୁରା ମାଡ଼ କଲେ ଲୁଟେରା
ଲୁଟେରାଙ୍କ କାବୁ କରିବା ସମୟରେ ଲୁଟେରାଙ୍କ ଛୁରା ମାଡ଼ରେ କୃତାର୍ଥ ପୁରୋହିତ ଓ ଖୁରଡିଆ ବାହାଲର ରୋହିତ ସାହୁ ଆହତ ହୋଇଥିଲେ। ବିନିକା ଅଞ୍ଚଳରେ ନାବାଳକ ଚୋରମାନଙ୍କର ଆତଙ୍କ ବଢୁଥିବାରୁ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି। ଏଥିପ୍ରତି ଜିଲ୍ଲା ପୁଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି।
ଏନେଇ ବିନିକା ଥାନା ଆଇଆଇସି ସତ୍ୟ ନାରାୟଣ ପଧାନଙ୍କୁ ପଚରାଯିବାରୁ ୪ ଜଣ ଲୁଟେରାଙ୍କୁ ଲଛିପୁର ପୁଲିସକୁ ହସ୍ତାନ୍ତର କରାଯାଇଛି ବୋଲି କହିଛନ୍ତି। ୪ଜଣ ଲୁଟେରା ନାବାଳକ। ସେମାନେ ଡ଼ୁଙ୍ଗୁରିପାଲି ଅଞ୍ଚଳର ବୋଲି ସେ କହିଛନ୍ତି।
ଆହୁରି ପଢ଼ନ୍ତୁ:India Vs South Africa : ଅସୁସ୍ଥତା ପାଇଁ ଶେଷ ୨ଟି ଟି-୨୦ରୁ ବାଦ ପଡ଼ିଲେ ଅକ୍ଷର ପଟେଲ
ତଦନ୍ତ ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି। ତେବେ ଏନେଇ କେହି ଥାନାରେ ଅଭିଯୋଗ କରି ନ ଥିବା ସେ ସୂଚନା ପ୍ରଦାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/15/bravery-of-youth-4-looters-arrested-2025-12-15-21-20-57.jpg)