ଭିଜିଲାନ୍ସ ଜାଲରେ ଦେଓଗାଁ ପରିମଳ ବିଭାଗ ବିଆରସି

Advertisment
ଭିଜିଲାନ୍ସ ଜାଲରେ ଦେଓଗାଁ ପରିମଳ ବିଭାଗ ବିଆରସି

ଦେଓଗାଁ : ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି | ଲାଞ୍ଚ ନେଉଥିବାବେଳେ ଜଣେ କର୍ମଚାରୀ ଧରାପଡ଼ିଛନ୍ତି | ଲାଞ୍ଚ ନେଇ ଧରାପଡିଥିବା କର୍ମଚାରୀ ଜଣକ ହେଉଛନ୍ତି ଦେଓଗାଁ ଜଳ ଓ ପରିମଳ ବିଭାଗର ବିଆରସି ମଧୁସୂଦନ ପଟେଲ। ମିଳିଥିବା ସୂଚନା ଅନୁସାରେ ଝାଡ଼ଖଣ୍ଡର ଜଣେ ଅଣ ଓଡିଆ ଠିକାଦାର ଦେଓଗାଁ ବ୍ଳକରେ ପରିମଳ ବିଭାଗରେ ଠିକାକାମ କରୁଛନ୍ତି। ତାଙ୍କର କିଛି ବିଲ ବାକି ଥିବାରୁ ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଆସୁଥିଲେ। ହେଲେ ବିଆରସି ବିଲ ପାସ କରାଇବାକୁ ଲାଞ୍ଚ ମାଗିଥିଲେ |

ଏହାପରେ ଠିକାଦାର ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଯାହା ଫଳରେ ଆଜି ବଲାଙ୍ଗୀର ଭିଜିଲାନ୍ସ ବିଭାଗ ଦେଓଗାଁ ଜଳଯୋଗାଣ ଓ ପରିମଳ ବିଭାଗରେ ଚଢ଼ାଉ କରି ଲାଞ୍ଚ ଟଙ୍କା ସହ ବିଆରସିଙ୍କୁ ଧରିଥିଲେ। ଅଧିକ ତଦନ୍ତ ପାଇଁ ବଲାଙ୍ଗୀର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe