Advertisment

ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ ଘାଇ: ଶହ ଶହ ଏକର ଚାଷ ଜମି ଜଳମଗ୍ନ, ଘରେ ପଶିଲା ପାଣି

Advertisment
ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ ଘାଇ: ଶହ ଶହ ଏକର ଚାଷ ଜମି ଜଳମଗ୍ନ, ଘରେ ପଶିଲା ପାଣି

ଜୟପାଟଣା: ଲଗାଣ ବର୍ଷାରେ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଭୁଶୁଡ଼ିଥିବାର ଖବର ମିଳିଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ସର୍ଗିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରିପଡା ନିକଟରେ ପନ୍ଦର ଫୁଟର ଘାଇ ସୃଷ୍ଟି ହୋଇଛି। ଏହାଫଳରେ ନିକଟରେ ଥିବା ଚାଷ ଜମି ଓ ଘରମାନଙ୍କରେ ପାଣି ପଶିଛି। ଏହାଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣା ପଡ଼ିଛି। ଶହଶହ ଏକର ଚାଷ ଜମି ଜଳମଗ୍ନ ହୋଇଛି।

ସୂଚନାରୁ ପ୍ରକାଶ ଯେ ଗତ ରାତି ପ୍ରାୟ ଗୋଟାଏ ବେଳେ ବାମ ମୁଖ୍ୟ କେନାଲରେ ଘାଇ ହେବା ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବା ସହିତ ଡଙ୍ଗରିପଡାକୁ ସଂଯୋଗ କରୁଥିବା ସଡ଼କ ମଧ୍ୟ ବିଚ୍ଛିନ୍ନ ହୋଇ ଯାଇଛି। ଖବର ପାଇ ବିଭାଗୀୟ ଯନ୍ତ୍ରୀମାନେ ଘଟଣାସ୍ଥଳରେ ପହଞ୍ଚି ପାଣି ବନ୍ଦ କରିବା ଲାଗି ମରାମତି କାର୍ଯ୍ୟ ଆରମ୍ଭ କରିବା ପାଇଁ ତତ୍ପରତା ଦେଖାଇ ଥିବାା ସୂଚନା ମିଳିଛି|

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe