Breaking news is being given importance, inspiring news is being lost: Deputy Chief Minister Photograph: (sambad.in)
ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପ୍ରେସ୍ କ୍ଲବ୍ର ପଞ୍ଚମ ବାର୍ଷିକ ଉତ୍ସବ ସ୍ଥାନୀୟ ବନମାଳୀ ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିଲେ।
ସମ୍ମାନିତ ଅତିଥି ଭବେ ବିଧାୟକ ଲକ୍ଷ୍ମଣ ବାଗ, ଏନଏସି ଅଧ୍ଯକ୍ଷ ବରିୟାମ ସିଂ ସାଲୁଜା ଏବଂ ମୁଖ୍ୟବକ୍ତା ଭାବେ କେଭି କଲେଜର ପୂର୍ବତନ ପ୍ରିନ୍ସପାଲ ସତ୍ୟବ୍ରତ ମିଶ୍ର ଯୋଗ ଦେଇଥିଲେ।
ବିଧାୟକ ଲକ୍ଷ୍ମଣ ବାଗ ନିଜ ଅଭିଭାଷଣରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଆଗାମୀ ଦିନରେ ହେବାକୁ ଥିବା ଉନ୍ନତିକରଣ କାର୍ଯ୍ୟକୁ ନେଇ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ।
ଏହି ପରିପ୍ରେକ୍ଷୀରେ ସତ୍ୟବ୍ରତ ମିଶ୍ର ପୂର୍ବରୁ ହେଉଥିବା ସାମ୍ବାଦିକତା ଓ ବର୍ତ୍ତମାନ ସାମ୍ବାଦିକତାକୁ ନେଇ ନିଜ ଅଭିଭାଷଣ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ବାର୍ଷିକ ଉତ୍ସବରେ କିଛି ବିଶିଷ୍ଟ ଲୋକମାନଙ୍କୁ ସମ୍ମାନୀତ କରା ଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସଭାପତି ପ୍ରବଜିତ୍ ସିଂହ ସାଲୁଜା, ସମ୍ପାଦକ ସୁରଦାସ ବାଗ, କୋଷାଧ୍ଯକ୍ଷ ହନି ସିଂହ, ପରାମର୍ଶଦାତା ଆଶିଷ ଖଇତାନ, ବଣ୍ଟି ଗୁପ୍ତା, ଅଫିସ ସମ୍ପାଦକ ବିଶି କେଶନ୍ ମାଝୀ,ମନୋଜ ଶର୍ମା,ବିବେକ ଶର୍ମା,ଅମିତ୍ ଶର୍ମା, କମଳ ଅଗ୍ରୱାଲ, ସେଲୁ ଜୈନ, ପ୍ରତୀକ ସାହୁ, ଜଗମୋହନ ତାଣ୍ଡି ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।
Press Club of Kantabanji
Follow Us