ତିର୍ତ୍ତୋଲ, ବାଲେଶ୍ବର ସଦର ଉପ ନିର୍ବାଚନ : ବ୍ରହ୍ମପୁରରେ ଛପା ହୋଇ ପଠାଗଲା ବ୍ରେଲି ଡମି ବ୍ୟାଲଟ ସିଟ୍‌

ତିର୍ତ୍ତୋଲ, ବାଲେଶ୍ବର ସଦର ଉପ ନିର୍ବାଚନ : ବ୍ରହ୍ମପୁରରେ ଛପା ହୋଇ ପଠାଗଲା ବ୍ରେଲି ଡମି ବ୍ୟାଲଟ ସିଟ୍‌

Jing.fm

ବ୍ରହ୍ମପୁର: ତିର୍ତ୍ତୋଲ, ବାଲେଶ୍ବର ସଦର ଉପ ନିର୍ବାଚନ ଲାଗି ବ୍ରହ୍ମପୁର ବ୍ରେଲି ପ୍ରେସରେ ଦୃଷ୍ଟି ବାଧିତ ଭୋଟରଙ୍କ ଲାଗି ବ୍ରେଲି ଡମି ବ୍ୟାଲଟ୍‌ ସିଟ୍‌ ଛପାଯାଇ ପଠା ଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ସିଟି ହସ୍‌ପିଟାଲ ଛକ ନିକଟରେ ରହିଛି 'ରେଡକ୍ରସ କମ୍ପୁଟରାଇଜଡ୍‌ ବ୍ରେଲି ପ୍ରେସ'। ରାଜ୍ୟର ଏକମାତ୍ର ଏହି ବ୍ରେଲି ପ୍ରେସ୍‌ରେ ତିର୍ତ୍ତୋଲ ଓ ବାଲେଶ୍ବର ଉପ ନିର୍ବାଚନ ଲାଗି ଦୃଷ୍ଟି ବାଧିତ ଭୋଟର ନିମନ୍ତେ ବ୍ରେଲି ଡମି ବ୍ୟାଲଟ୍‌ ସିଟ୍‌ ଛପା ଯାଇଛି। ଉଭୟ ନିର୍ବାଚନ ମଣ୍ତଳୀ ଲାଗି ୪ଶହ ଲେଖାଏଁ ବ୍ୟାଲଟ ସିଟ୍‌ ଛପାଯାଇ ପଠା ଯାଇଥିବା ସୂଚନା ମିଳିଛି।

୨୦୧୪ ସାଧାରଣ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ଦୃଷ୍ଟି ବାଧିତ ଭୋଟରଙ୍କ ଲାଗି ଏହି ବ୍ରେଲି ପ୍ରେସରେ ପ୍ରଥମ ଥର ଲାଗି ବ୍ରେଲି ଡିମ୍‌ ବ୍ୟାଲଟ ସିଟ୍‌ ଛପା ଯାଇ ବ୍ୟବହାର କରାଯାଇଛି। ଗତ ସାଧାରଣ ନିର୍ବାଚନରେ ରାଜ୍ୟର ସମସ୍ତ ଦୃଷ୍ଟିବାଧିତ ଭୋଟର ପାଇଁ ପ୍ରଥମ ଥର ପାଇଁ ଡମି ବାଲାଟ୍‌ ପେପର ବ୍ୟବହାର କରାଯାଇଥିଲା। ସମୁଦାୟ ୪୨ହଜାର ୨ଶହଟି ଡମି ବାଲାଟ୍‌ ଏହି ପ୍ରେସରେ ଛାପା ଯାଇଥିଲା। ଏପରିକି ପାଟକୁରା ଓ ବିଜେପୁର ଉପ ନିର୍ବାଚନ ଲାଗି ମଧ୍ୟ ବ୍ରେଲି ଡ଼ମି ବ୍ୟାଲଟ୍‌ ସିଟ୍‌ ଛପାଯାଇଥିଲା।

ପ୍ରକାଶ ଥାଉ କି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଆଥିର୍କ ସହାୟତାରେ ୧୯୮୬ ମସିହା ନଭେମ୍ବର ୧୯ ତାରିଖରେ ଦୃଷ୍ଟିବାଧୃତଙ୍କ ପାଇଁ ଏହି ଛାପାଖାନା ପ୍ରତିଷ୍ଠା ହୋଇଥିଲା। ଗତ ବର୍ଷ ୧କୋଟି ୧୮ଲକ୍ଷ ବ୍ୟୟରେ ଗ କମ୍ପ୍ୟୁଟାରାଇଜଡ୍‌ ବ୍ରେଲି ଡାଟା ପ୍ଲେଟ ମେକିଙ୍ଗ ମେସିନ(ପୁମା-୭) ସ୍ଥାପନ କରାଯାଇଛି। ଜର୍ମାନରେ ନିର୍ମିତ ଏହି ମେସିନ ଦ୍ବାରା ସେକେଣ୍ତକୁ ୧୬ଟି ବ୍ରେଲି ଅକ୍ଷର ପ୍ରସ୍ତୁତ ହୋଇପାରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe