ଡ୍ରଗ୍ସ ଲାଇସେନ୍ସ ପାଇଁ ଲାଞ୍ଚ‌ ଘଟଣା : ପ୍ରାକ୍ତନ ଆସିଷ୍ଟାଣ୍ଟ କଲେକ୍ଟର, କିରାଣିଙ୍କୁ ଜେରା କରିବ ଭିଜିଲାନ୍ସ

Advertisment
ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ

Image Courtesy Sambad English

ଛତ୍ରପୁର : ଡ୍ରଗ୍ସ ଲାଇସେନ୍ସ୍ କରାଇଦେବା ଲାଗି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରାକ୍ତନ ଆସିଷ୍ଟାଣ୍ଟ କଲେକ୍ଟର ତଥା ଅଭିଯୋଗ ଶୁଣାଣି ଅଧିକାରୀ ବନମାଳୀ ଶତପଥୀ ୨ ଲକ୍ଷ ଟଙ୍କା ଲାଞ୍ଚ‌ ନେଇଥିବା ଅଭିଯୋଗର ଭିଜିଲାନ୍ସ୍ ତଦନ୍ତ ଚାଲିଛି। ପ୍ରାଥମିକ ତଦନ୍ତରୁ ଲାଞ୍ଚ‌ କାରବାରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ କନିଷ୍ଠ କିରାଣିଙ୍କର ମଧ୍ୟ ସଂପୃକ୍ତି ରହିଥିବା ଜଣାପଡ଼ିଛି। ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଲାଗି ଭିଜିଲାନ୍ସ୍ ପକ୍ଷରୁ ଜିଲ୍ଲାପାଳଙ୍କ ଠାରୁ ପୁଣି ଅନୁମତି ଲୋଡ଼ାଯାଇଛି। ଗତ ୧୨ତାରିଖରେ ଏସଂକ୍ରାନ୍ତରେ ଜିଲ୍ଲାପାଳଙ୍କୁ ଭିଜିଲାନ୍ସ୍ ପକ୍ଷରୁ ଏକ ପତ୍ର ଲେଖାଯାଇଥିବା ବେଳେ ପ୍ରାୟ ୧୦ ଦିନ ବିତିଯାଇଥିଲେ ସୁଦ୍ଧା କାର୍ଯ୍ୟାଳୟର କିରାଣି ଭିଜିଲାନ୍ସ ନିକଟରେ ହାଜର ହୋଇ ନ ଥିଲେ। ଏଣୁ ଭିଜିଲାନ୍ସ ଡିଏସ୍‌ପି ଅରୁଣ କୁମାର ନାୟକ ପୁଣି ଥରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି। ଜେରା ନିମନ୍ତେ ପୁଣି ଅନୁମତି ଲୋଡ଼ିଛନ୍ତି।

ପ୍ରାକ୍ତନ ଆସିଷ୍ଟାଣ୍ଟ କଲେକ୍ଟର ଓ କିରାଣି ଉଭୟଙ୍କୁ ଭିଜିଲାନ୍ସ ଜେରା କରିବ ବୋଲି ଜଣାପଡ଼ିଛି। ପ୍ରାକ୍ତନ ଆସିଷ୍ଟାଣ୍ଟ କଲେକ୍ଟରଙ୍କୁ ଜେରା କରିବା ଲାଗି ରାଜ୍ୟ ରାଜସ୍ବ ବିଭାଗକୁ ପତ୍ର ଲେଖାଯିବ ବୋଲି ଭିଜିଲାନ୍ସ୍ ଡିଏସ୍‌ପି ଶ୍ରୀ ନାୟକ କହିଛନ୍ତି। ଡ୍ରଗ୍ ଲାଇସେନ୍ସ୍‌ କରାଇବା ଦେବା ଲାଗି ଆସିକା ଅଞ୍ଚଳର ମିନତି ଜେନା ଓ ତାଙ୍କ ବଡ଼ ଝିଅ ସିପ୍ରାଙ୍କ ଠାରୁ ୨ଲକ୍ଷରୁ ଅଧିକ ଟଙ୍କା ଲାଞ୍ଚ ନିଆ ଯାଇଥିବା ଅଭିଯୋଗ ହୋଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରାକ୍ତନ ଆସିଷ୍ଟାଣ୍ଟ କଲେକ୍ଟରଙ୍କ ବିରୋଧରେ ଏହି ଅଭିଯୋଗ କରାଯାଇଥିଲା। ଜିଲ୍ଲାପାଳ ଏହି ଘଟଣାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଡିଏସ୍‌ପି ଶ୍ରୀ ନାୟକ ଗତ ୧୧ ତାରିଖରେ ଅଭିଯୋଗକାରିଣୀ ମିନତି ଏବଂ ତାଙ୍କ ବଡ଼ ଝିଅ ସିପ୍ରାଙ୍କୁ ଭେଟି ପଚରାଉଚରା କରିବା ସହ ତଥ୍ୟ ସଂଗ୍ରହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe