Adobe Stock
ଧର୍ମଶାଳା : ଧର୍ମଶାଳା ତହସିଲ ଅନ୍ତର୍ଗତ ଅଭୟପୁର ପଞ୍ଚାୟତ ମଙ୍ଗରାଜପୁର ଗାଁ ନିକଟରେ ଥିବା ଏକାଧିକ ଇଟାଭାଟିକୁ ଗୁରୁବାର ଦିନ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି। ଆଉ କେତେକ ଇଟା ବେପାରୀ ରୟାଲଟି ଦେବେ ବୋଲି କହିବାରୁ ସେମାନଙ୍କ ଇଟାଭାଟି ଭଙ୍ଗା ଯାଇନଥିଲା।
ପ୍ରଶାସନର ବିନା ଅନୁମତିରେ ବେଆଇନ ଇଟା ବ୍ୟବସାୟ କରି ବେପାରୀମାନେ ବେଶ୍ ମୁନାଫା ପାଉଛନ୍ତି। ଏଥିସହ ଜନବସତି ନିକଟରେ ଇଟାଭାଟି ଜଳୁଥିବାରୁ ବାୟୁମଣ୍ତଳକୁ ଦୂଷିତ ହେଉଥିବା ନେଇ ଲୋକେ ଅଭିଯୋଗ କରି ଆସୁଥିଲେ। ତହସିଲଦାର ସ୍ବାଗତ ଦାଶ ଗୁରୁବାର ଦିନ ଅତର୍କିତ ଚଢ଼ଉ କରି ବୁଲଡୋଜର ମାଧ୍ୟମରେ ଇଟାଭାଟି ଭାଙ୍ଗି ଦେଇଥିଲେ। ଏଠାରେ ପ୍ରାୟ ୩୦ଟି ଇଟାଭାଟି ହୋଇଥିବା ବେଳେ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ନିକଟସ୍ଥ ବମ୍ପୁ, ଡେରାବର, ରତନପୁର ଆଦି ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ହୋଇଥିବା ବେଳେ ଏସବୁକୁ ଉଚ୍ଛେଦ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Follow Us