ଇଟାଭାଟି ମାଲିକଙ୍କୁ ନିର୍ମମ ହତ୍ୟା

Advertisment
ଇଟାଭାଟି ମାଲିକଙ୍କୁ ନିର୍ମମ ହତ୍ୟା

ମହାକାଳପଡ଼ା : ମହାକାଳପଡ଼ା ରାମନଗର ପଞ୍ଚାୟତ ପିତାପାଟ ଗ୍ରାମର ଜଣେ ଇଟାଭାଟି ମାଲିକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଉଛନ୍ତି ଦିନେଶ ବୈଦ୍ୟ (୩୪)। ୬ ବର୍ଷ ହେବ ଦିନେଶ ରାମନଗର-ଖରିନାସୀ ରାସ୍ତା ପାର୍ଶ୍ବରେ ‘ମା ମନ୍‌ଷା ଜ୍ୟୋତି ବୈଦ୍ୟ ସିମେଣ୍ଟ ଇଟା ଫ୍ୟାକ୍ଟ୍ରି’ ନିର୍ମାଣ କରି ଇଟା ବ୍ୟବସାୟ କରୁଥିଲେ। ପୁଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତ ପରମାନନ୍ଦ ବେହେରାଙ୍କୁ କଟକରୁ ଧରିଥିବା ଜଣାପଡ଼ିଛି। ଅଭିଯୁକ୍ତର ଘର ଭଦ୍ରକ ଅଞ୍ଚଳ‌ରେ।

ସୂଚନା ଅନୁସାରେ, ପରମାନନ୍ଦଙ୍କୁ ମିଶାଇ ମୋଟ ୬ ଜଣ ଗତକାଲି ଦିନେଶଙ୍କ ଇଟାଭାଟିରେ କାମ କରୁଥିଲେ। ଗତକାଲି ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ଇଟା ନିର୍ମାଣ କାର୍ଯ୍ୟ ଚାଲୁ ରହିଥିଲା। ବାବୁ ଘରାମୀ ନାମକ ଜଣେ ଶ୍ରମିକଙ୍କ କହିବା ଅନୁଯାୟୀ, ଦିନେଶ ଗତକାଲି ବାଲି ବାବଦ ଓ ଶ୍ରମିକମାନଙ୍କୁ ବକେୟା ପ୍ରାପ୍ୟ ପ୍ରଦାନ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ଆଣି ନିଜ ପାଖରେ ରଖିଥିଲେ। ସେମାନେ ଦେଖିଲା ବେଳକୁ ତାଙ୍କ ମୁଣ୍ଡ ପଛପଟ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା। ତେବେ, ମୃତଦେହ ନିକଟରୁ ତାଙ୍କର ଟଙ୍କା ଥିବା ପର୍ସ କିମ୍ବା ମୋବାଇଲ ଫୋନ୍‌ ମିଳିନାହିଁ। ଫେରାର୍‌ ସମୟରେ ପରମାନନ୍ଦ ଇଟାଭାଟି ମଧ୍ୟରେ ଥିବା ଏକ ସାଇକଲକୁ ମଧ୍ୟ ନେଇଯାଇଥିବା କୁହାଯାଉଛି। ସମ୍ଭବତଃ ଟଙ୍କା ପାଇଁ ସେ ଦିନେଶଙ୍କୁ ହତ୍ୟା କରିବା ପରେ ସାଇକଲ ଧରି ରାତାରାତି କେଉଁଆଡ଼େ ଚାଲିଯାଇଥିବା ଅନ୍ୟ ଶ୍ରମିକମାନେ ପୁଲିସକୁ କହିଥିଲେ। ଜମ୍ବୁ ସାମୁଦ୍ରିକ ଥାନା ପୁଲିସ ପକ୍ଷରୁ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe