ବାହାଘର ଦିନ ବର ଗିରଫ ମାମଲା: ଜେଲ ଗଲେ ବର ଓ ବରପିତା

Advertisment
ବାହାଘର ଦିନ ବର ଗିରଫ ମାମଲା: ଜେଲ ଗଲେ ବର ଓ ବରପିତା

କାଳିଆପାଣି : ସୁଦୂର ବେଙ୍ଗାଲୁରୁର ଜଗନ୍ନାଥ ମନ୍ଦିରରେ ପ୍ରଥମ ବିବାହ କରି ଘରସଂସାର କରିବା ପ‌ରେ ଦ୍ବିତୀୟ ବିବାହ କରି ଫସିଛନ୍ତି ବର। ଏନେଇ ପ୍ରଥମ ପତ୍ନୀଙ୍କ ଅଭିଯୋଗକ୍ରମେ ବର ଓ ବର ପିତାଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ବାପପୁଅ ହେଲେ କାଳିଆପାଣି ଥାନା ବାଙ୍ଗରକୋଟା ଗ୍ରାମର ସୁଦର୍ଶନ ସେଠୀ (୫୭) ଓ ବଳରାମ ସେଠୀ (୨୬)। ଗତ ରବିବାର ରଗଡ଼ିର ଏକ ମନ୍ଦିରରେ ବଳରାମ ଦ୍ବିତୀୟ ବିବାହ କରିଥିଲା।

ବେଙ୍ଗାଲୁରୁରେ ରହୁଥିବା ପ୍ରଥମ ପତ୍ନୀ ଭଦ୍ରକର ବିନ୍ଦୁସ୍ମିତା ନାଥ ଗତକାଲି ରାତିରେ ଥାନାରେ ପହଞ୍ଚି ଏତଲା ଦେଇଥିଲେ। ୨୦୧୪ ରୁ ବଳରାମଙ୍କ ସହ ତାଙ୍କର ପ୍ରେମସଂପର୍କ ଗଢ଼ିଉଠିଥିଲା। ୮ ବର୍ଷ ତଳେ ଉଭୟ ଜଟଣୀରେ ଏକାଠି କଷ୍ଟମର କେୟାର ପ୍ରଶିକ୍ଷଣ ନେଇଥିଲେ। ପରେ ଦିଲ୍ଲୀରେ ଏକାଠି ନିଯୁକ୍ତି ପାଇଥିଲେ। ଗୋଟିଏ ଛାତ ତଳେ ରହୁଥିଲେ। ବିନ୍ଦୁସ୍ମିତା ଗର୍ଭବତୀ ହେବା ପରେ ବିବାହ ପାଇଁ ଅଡ଼ି ବସିବାରୁ ଗଣ୍ଡଗୋଳ ହୋଇଥିଲା। ଅଭିଯୁକ୍ତ ଖସି ଘରକୁ ପଳାଇ ଆସିବାରୁ ବିନ୍ଦୁସ୍ମିତା ବାଙ୍ଗରକୋଟା ଆସି ପତ୍ନୀର ମର୍ଯ୍ୟାଦା ଦାବି କରିଥିଲେ। ପୁଅକୁ ଲୁଚାଇ ରଖିବା ସହ ଶାଶୂଘର ଲୋକେ ତାଙ୍କୁ ଗ୍ରହଣ କରିନଥିଲେ। ବିନ୍ଦୁସ୍ମିତା ଭୁବନେଶ୍ବରର ମହିଳା ସ୍ବେଚ୍ଛାସେବୀ ଅନୁଷ୍ଠାନ ଆସିୟାନାରେ ଆଶ୍ରୟ ନେଇ ସେଠାରେ ଏକ ପୁତ୍ରସନ୍ତାନକୁ ଜନ୍ମ ଦେଇଥିଲେ।

୨୦୧୬ରେ ଟମକା ଥାନାରେ ପ୍ରେମିକ ନାଁରେ ଅଭିଯୋଗ କରିଥିଲେ। ଏହାର କିଛିଦିନ ପରେ ବେଙ୍ଗାଲୁରୁରେ ଦୁଇ ପୃଥକ କମ୍ପାନିରେ ଦୁହେଁ କାମ କରୁଥିବା ସମୟରେ ଉଭୟଙ୍କ ମଧ୍ୟରେ ମିଳାମିଶା ହୋଇଥିଲା। ଦୁହେଁ ସେଠାରେ ମନ୍ଦିରରେ ବିବାହ କରି ୫ ବର୍ଷର ଶିଶୁପୁତ୍ର ସହ ଏକାଠି ରହୁଥିଲେ। ତେବେ ଅଧିକ ଯୌତୁକ ଆଶାରେ ଅଭିଯୁକ୍ତ ଗତ ୬ ତାରିଖ ଗୋପନ ବିବାହ କରିଥିଲା। ଏକଥା ଜାଣିପାରି ବିନ୍ଦୁସ୍ମିତା ପୁଲିସରେ ଜଣାଇଥିଲେ। ଏ ସଂକ୍ରାନ୍ତରେ ମାମଲା ନଂ ୧୬/୨୨ ଏବଂ ଆଇପିସି ଦଫା ୪୯୮(କ), ୩୨୩, ୨୯୪, ୪୧୭, ୨୯୪, ୫୦୬/୩୪ ଓ ୪ ଯୌତୁକ ନିରାକରଣ ଆଇନ ଆଧାରରେ ବାପପୁଅଙ୍କୁ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ଦୁହିଁଙ୍କୁ ‌ବିଚାର ବିଭାଗୀୟ ହାଜତ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe