ଲକ୍ଷ୍ମଣପୁର ଗାଁରେ ବଧୂହତ୍ୟା ଅଭିଯୋଗ

Advertisment
ଶବ ବଦଳ ଘଟଣା, ଚିତାଭସ୍ମ ଗଲା ରାଜସ୍ଥାନ, ଫେରିଲାନି ଓଡ଼ିଆ ପୁଅର ଶବ

CREATOR: gd-jpeg v1.0 (using IJG JPEG v62), quality = 100

ପୁରୁଣାକଟକ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଲକ୍ଷ୍ମଣପୁର ଗାଁରେ ମାନସୀ ସାହୁ (୨୫ବର୍ଷ) ନାମ୍ନୀ ଜଣେ ମହିଳାଙ୍କୁ ତାଙ୍କ ଶାଶୂଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ବାପଘର ଲୋକେ ପୁରୁଣାକଟକ ଥାନାରେ ଏତଲା ଦେଇଛନ୍ତି। ଏହି ମାମଲାରେ ପୁଲିସ ମାନସୀଙ୍କ ସ୍ବାମୀ ବୃନ୍ଦାବନ ସାହୁଙ୍କୁ ଥାନ‌ାରେ ଅଟକ ରଖି ପଚରା ଉଚରା କରୁଛି।

ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ଆଡେଣିଗଡ଼ ପଞ୍ଚାୟତ ସୁର୍ତ୍ତାଗଣ୍ଡା ଗାଁର ମାନସୀ ଚାରିବର୍ଷ ତଳେ ଲକ୍ଷ୍ମଣପୁର ଗାଁର ବୃନ୍ଦାବନଙ୍କୁ ବିବାହ କରିଥିଲେ। ତାଙ୍କର ଏକ ତିନି ବର୍ଷର ଶିଶୁକନ୍ୟା ରହିଛି। ଶୁକ୍ରବାର ରାତିରେ ମାନସୀ ହଠାତ ଅସୁସ୍ଥ ହେବାରୁ ତାଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣି ଭର୍ତ୍ତି କରାଯାଇଥିଲା। ମାନସୀଙ୍କ ବାପଘର ଲୋକେ ଖବର ପାଇ ତୁରନ୍ତ ଡାକ୍ତରଖାନାକୁ ଆସିଥିଲେ। ମାତ୍ର ପରିବାର ଲୋକେ ପହଞ୍ଚିଲା ବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିଲା।

ମାନସୀଙ୍କ ନାକ ଏବଂ ପାଟିରୁ ରକ୍ତସ୍ରାବ ହେଉଥିବାରୁ ଶାଶୂଘର ଲୋକେ ତାଙ୍କୁ ମାଡ଼ ମାରିଥିବା ସନ୍ଦେହ କରି ଝିଅଘର ପରିବାର ଲୋକେ ପୁରୁଣାକଟକ ଥାନାରେ ଏକ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତିକରି ପୁରୁଣାକଟକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇଥିଲା। ଅନ୍ୟପଟେ ଘଟଣା ସମ୍ପର୍କରେ ପୁରୁଣାକଟକ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe