ପାଦରୁ ଲିଭିନି ଅଳତା, ଯୌତୁକ ପାଇଁ ବଧୂ ହତ୍ୟା!

Advertisment

ଅଭିଯୋଗ ପରେ ହତ୍ୟା ମାମଲା ରୁଜୁ

ଅଭିଯୋଗ ପରେ ହତ୍ୟା ମାମଲା ରୁଜୁ

ସନ୍ଦେହଜନକ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ସାଇକେଲ୍‌ରେ ପୋଡ଼ିବାକୁ ନେଲେ ବାପା

bbc

ସମ୍ବଲପୁର : ଧନୁପାଲି ଥାନା ପୁଟ୍ଟିବନ୍ଧ ଅଞ୍ଚଳର ଜଣେ ମହିଳାଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ସୀମା ନାଏକ(୨୪)। ସୋନପୁର ଡୁଙ୍ଗୁରିପାଲି ଥାନା ଲୁଡୁକିବେଡ଼ାର ସୀମା ମାସେ ୨୦ ଦିନ ତଳେ ପୁଟ୍ଟିବନ୍ଧର ଯୁବରାଜ ବେରିଆଙ୍କୁ ବିବାହ କରିଥିଲେ। ତାଙ୍କ ପାଦରୁ ଅଳତା ଲିଭି ନଥିବା ବେଳେ ୫୦ ଦିନ ଭିତରେ ତାଙ୍କର ମୃତ୍ୟୁ ଘଟିଛି। ଶ୍ବଶୂର ଘର ଲୋକେ ସେ ଆତ୍ମହତ୍ୟା କରିଥିବା କହିଛନ୍ତି। ଅନ୍ୟପଟେ ସୀମାଙ୍କ ବାପା ବାସୁଦେବ ନାୟକ ମଙ୍ଗଳବାର ଧନୁପାଲି ଥାନାରେ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଏହାପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସବୁଠାରୁ ବଡ଼ କଥା ହେଲା ମହିଳାଙ୍କ ଶ୍ବଶୂର ଘର ଲୋକେ ପୁଲିସକୁ କିଛି ନ ଜଣାଇ ସୀମାଙ୍କୁ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପୁଲିସ ସୂଚନା ପାଇ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଡାକ୍ତର ମୃତ ଘୋଷଣା କରିଥିଲେ। ତାଙ୍କ ଶ୍ବଶୁର ଘ ଲୋକଙ୍କୁ ପଚରା ଉଚରା କରବାରୁ ଫ୍ୟାନ୍‌ରେ ଓଢ଼ଣୀ ଲଗାଇ ସୀମା ଆତ୍ମହତ୍ୟା କରିଥିବା ସେମାନେ କହିଥିଲେ। ତେବେ ପୁଲିସ ତୁରନ୍ତ ସୀମାନଙ୍କ ଶ୍ବଶୁର ଘରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା। ଯଦିଓ ଓଢ଼ଣୀଟି ପାଇଥିଲା କିନ୍ତୁ ତାହା ଫ୍ୟାନ୍‌ରେ ଝୁଲି ନଥିଲା, ତଳେ ପଡ଼ିଥିଲା। ପୁଲିସ ସହ ସାଇଣ୍ଟିଫିକ୍‌ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।

publive-image

ବାଇକ୍‌ ପାଇଁ ହତ୍ୟା ସନ୍ଦେହ
ଯଦିଓ ଯୁବରାଜଙ୍କ ପରିବାର ଲୋକେ ସେଭଳି କିଛି ଯୌତୁକ ଦାବି କରି ନଥିଲେ, ତେବେ ସୀମାଙ୍କ ବାପା ଖୁସିରେ ଏକ ବାଇକ୍‌ ଦେଇଥିଲେ। ଉକ୍ତ ବାଇକ୍‌ଟି ସାନ ବୋଲି ଯୁବରାଜ ବାରମ୍ବାର ସୀମାଙ୍କୁ ବାଇକ୍‌ ପାଇଁ ଅସନ୍ତୋଷ ବ୍ୟକ୍ତ କରିବା ସହ ଗାଳିଗୁଲଜ କରୁଥିଲେ। ବାଇକ୍‌ ବଦଳାଇବା ପର୍ଯ୍ୟନ୍ତ କଥା ଯାଇଥିଲା। ବାସୁଦେବ ମଧ୍ୟ ରାଜି ଥିଲେ। କିନ୍ତୁ ନିଜେ ଆସି ବାଇକ ନେଇ ନୂଆ ବାଇକ୍‌ ଦେବାକୁ ଯୁବରାଜ ଜିଦ୍ଦି ଧରି ବସିଥିଲେ। ଯାହାକୁ ନେଇ ସୀମାଙ୍କୁ ଗାଳିଗୁଲଜ କରୁଥିଲେ। ଏକଥା ସୀମା ମଦ୍ୟ ତାଙ୍କ ବାପାଙ୍କୁ ଜଣାଇଥିଲେ। ଏହାର ୨୦ ଦିନ ପରେ ତାଙ୍କୁ ହତ୍ୟା କରିଦିଆଯାଇଥିବା ବାସୁଦେବ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe