ପ୍ରେମିକ ସହ କନିଆଁ ଫେରାର୍‌, ବାହାହେଲେ ସାନଭଉଣୀ

ପ୍ରେମିକ ସହ କନିଆଁ ଫେରାର୍‌, ବାହାହେଲେ ସାନଭଉଣୀ

ବ୍ରଜରାଜନଗର : ନିକଟରେ ବଲାଙ୍ଗୀର ଜିଲ୍ଲାରେ ବିବାହ ପରେ ଜଣେ କନ୍ୟା ପ୍ରେମିକ ସହ ଫେରାର୍‌ ହେବା ଘଟଣାର ଚର୍ଚ୍ଚା ଥମିନାହିଁ। ଏତିକି ବେଳେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ବରପାଲି ଗାଁରେ ପୁଣି ଏମିତି ଘଟଣା ସାମ୍ନାକୁ ଆସିଛି। ପରେ ବରପକ୍ଷ ଓ କନ୍ୟାପକ୍ଷର ସହମତିରେ କନ୍ୟାର ସାନଭଉଣୀକୁ ପୁଣି ବିବାହ କରି ବରଘରକୁ ଫେରିଥିବା ଜଣାଯାଇଛି।

ବରପାଲିର ଜଣେ ଯୁବତୀଙ୍କ ବିବାହ ସିମଡେଗା ଜିଲ୍ଲା ଗୋହରିଦଣ୍ଡ ଗ୍ରାମରେ ରାଜୁ ବେହେରାଙ୍କ ସହିତ ଠିକ୍‌ ହୋଇଥିଲା। ଶନିବାର ବର କନ୍ୟା ଘରେ ପହଞ୍ଚିଥିଲେ। ଧାର୍ଯ୍ୟ ସମୟରେ ବିବାହ ପାଣିଗ୍ରହଣ ସରିବା ସହ ବରଯାତ୍ରୀ ମଧ୍ୟ ଭଲରେ ଭୋଜି ଖାଇଥିଲେ। ରାତି ୧୦.୩୦ମି.ରେ ପରିବାର ଲୋକ ବରକନ୍ୟାଙ୍କୁ ବିଦାୟ ଦେଇଥିଲେ। ବରକନ୍ୟା ଗାଡ଼ି ଗାଁ ମୁଣ୍ଡରେ ପହଞ୍ଚିବା ପରେ କନ୍ୟା ବାନ୍ତି କରିବାକୁ କହି ଗାଡ଼ିରୁ ଓହ୍ଲାଇ ଯାଇଥିଲେ। କନ୍ୟା ଟିକେ ଆଗକୁ ଯାଇ ବାନ୍ତି କରିବା ଅଭିନୟ କରିବା ସମୟରେ ଆଗରେ ବାଇକ୍‌ ଧରି ପ୍ରସ୍ତୁତ ଥିବା ପ୍ରେମିକ ସହ ଫେରାର ହୋଇଯାଇଥିଲେ। କନ୍ୟା ଫେରାର ହେବା ଜାଣିବାପରେ ବର ପକ୍ଷ ଚିନ୍ତାରେ ପଡ଼ି ଯାଇଥିଲେ। ଲୋକଲଜ୍ଜା ଓ ନିଜ ପରିବାର ସମ୍ମାନ ରକ୍ଷା ଉଦ୍ଦେଶ୍ୟରେ ସେମାନେ ବରପାଲି ଗ୍ରାମକୁ ଫେରି ଉଭୟ ପରିବାର ଆଲୋଚନା କରିଥିଲେ। ଶେ‌ଷରେ ପୁଣି କନ୍ୟାର ସାନଭଉଣୀ ସହ ନିରାଡ଼ମ୍ବର ବିବାହ ହୋଇଥିଲା। ତେବେ କନ୍ୟାର କାକା ପକ୍ଷରୁ ଏନେଇ ଫାଣ୍ଡିରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe