୩୨୬ ନମ୍ବର ଜାତୀୟ ରାଜପଥରେ ଅଘଟଣ; ଭାଙ୍ଗିଲା ୪୭ ବର୍ଷର ପୁରୁଣା ବ୍ରିଜ୍‌

ଅଳ୍ପକେ ବର୍ତ୍ତିଲା ଗ୍ୟାସ ଟ୍ୟାଙ୍କର ଓ ମହାପରାୟଣ ଗାଡି, ଦୁଇଟି ରୁଟ ଡାଇଭର୍ଟ ହେବ ଟ୍ରାଫିକ୍ 

୩୨୬ ନମ୍ବର ଜାତୀୟ ରାଜପଥରେ ଅଘଟଣ; ଭାଙ୍ଗିଲା ୪୭ ବର୍ଷର ପୁରୁଣା ବ୍ରିଜ୍‌
କୋରାପୁଟ: କୋରାପୁଟ ଜିଲ୍ଲା ଲେନ୍ଦିରିମାଳିଗୁଡା ବଙ୍ଗଳାଗୁଡା ନିକଟ ୩୨୬ ନମ୍ବର ଜାତୀୟ ରାଜପଥରେ ଆଜି ୪୦ ଫୁଟର ବ୍ରିଜ୍‌ ୨୦ ଫୁଟ ତଳକୁ ଏକ ବ୍ରିଜ୍ ଭୁଶୁଡି ପଡିଛି। କୋରାପୁଟ-ରାୟଗଡାକୁ ଯୋଡୁଥିବା ବଙ୍ଗଳାଗୁଡା ଗାଁ ଦେଇ ଯାଇଥିବା ଛମାରୀ ନଦୀ ଉପରେ ରହିଥିବା ଏହି ଜାତୀୟ ରାଜପଥର ବ୍ରିଜ୍‌ର ଏଣ୍ଡସ୍ପାନ ଖସି ପଡିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି।
ଆଜି ଅପରାହ୍ନ ୪ଟାବେଳେ ଏହି ବ୍ରିଜ୍‌ ଭୁଷୁଡି ପଡିବାରୁ ଅଳ୍ପକେ ବର୍ତ୍ତିଛି ଏକ ଗ୍ୟାସ ଟ୍ୟାଙ୍କର ଓ ମହାପରାୟଣ ଗାଡି। ଏହି ବ୍ରିଜ୍ ଭୁଶୁଡି ପଡିବାରୁ ପ୍ରଚଣ୍ଡ ଶବ୍ଦ ହୋଇଥିବାବେଳେ ଗାଁ ଲୋକେ ସଙ୍ଗେ ସଙ୍ଗେ ପହଞ୍ଚିଥିଲେ। ଏହାପରେ ପୁଲିସ ଓ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଜିଲ୍ଲାପାଳ ଅବଦଲ ଏମ. ଅଖତର, ଏସପି ବରୁଣ ଗୁଣ୍ଟୁପାଲି, ଆର ଏଣ୍ଡ ବିର ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଖୁରା ଓ କୋରାପୁଟ ବିଡିଓ ନରେନ୍ଦ୍ର ନାୟକ ପହଞ୍ଚିଥିଲେ। ପ୍ରଶାସନ ପକ୍ଷରୁ କୋରାପୁଟରୁ ମସ୍ତିପୁଟ-ମହାଦେଇପୁଟ-ଆଲମଣ୍ଡା ଦେଇ ପୋଡାଗଡ ଏବଂ ରାୟଗଡା ପକ୍ଷରୁ ଆସୁଥିବା ଗାଡି ପୋଡାଗଡରୁ ସେମିଳିଗୁଡାକୁ ଯିବାକୁ ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ, ଏହି ବ୍ରିଜ ୧୯୭୫ ମସିହାରେ ନିର୍ମାଣ ହୋଇଥିଲା। ବହୁ ଦିନରୁ ଦୁର୍ବଳ ହୋଇଥିଲେ ମଧ୍ୟ ଏହାରି ଉପରେ କାହାରି ନଜର ପଡ଼ି ନଥିଲା। ସୌଭାଗ୍ୟ ବଶତଃ ବ୍ରିଜଟି ଯେତେବେଳେ ଭାଙ୍ଗିଥିଲା, ସେହି ସମୟରେ କୌଣସି ଭାରିଯାନ କିମ୍ବା ଅନ୍ୟ କୌଣସି ଯାନବାହନ ଯାଉ ନ ଥିଲା।

ତେବେ ଏହି ବ୍ରିଜ୍‌ଟି ୧୯୭୫ ମସିହାରୁ ନିର୍ମା‌ଣ ହୋଇଥିବାବେଳେ ଆଜି ଭୁଶୁଡି ପଡିଥିଲା। ଦୀର୍ଘ ଦିନ ହେବ ଛମାରୀ ନଦୀ ଉପରେ ଏହି ବ୍ରିଜ୍‌ଟି ରହିଥିବାବେଳେ ଦୁର୍ବଳ ହୋଇ ରହିଥିଲା। କିଛିଦିନ ହେବ ଜିଲ୍ଲାରେ ବର୍ଷା ଲାଗି ରହିଥିବାବେଳେ ନଦୀରେ ବନ୍ୟା ହୋଇଥିଲା। ଫଳରେ ଏଣ୍ଡ ସ୍ପାନ ଦୁର୍ବଳ ହୋଇଯାଇଥିଲା।ଆଜି ଏହା ଭୁଶୁଡି ପଡିଥିବାବେଳେ ଆର ପଟରୁ ମଧ୍ୟ ଧୀରେ ଧୀରେ ବ୍ରିଜ୍‌ଟି ଖସିବାରେ ଲାଗିଛି। ତେଣୁ ଉଭୟ ପାର୍ଶ୍ବରେ ବ୍ୟାଟିକେଡ୍‌ କରାଯାଇଥିବା ଜଣାପଡିଛି। ଘଟଣାସ୍ଥଳରେ କୋରାପୁଟ ସଦର ପୁଲିସ ରହିଥିବାବେଳେ ଅପ୍ରିତିକର ପରିସ୍ଥିତିକୁ ଏଡେଇବାକୁ ଉଭୟ ପାର୍ଶ୍ବରେ ଜଗି ରହିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe