୧୦ କୋଟିର ଗୋବରୀ ପୋଲ ନିର୍ମାଣ ବେଳେ ଅଘଟଣ: ଭୁଶୁଡ଼ିଲା ଗାର୍ଡର‌; ଅଳ୍ପକେ ବର୍ତ୍ତିଲେ ଶ୍ରମିକ

Advertisment

ପରିଚାଳନାଗତ ତ୍ରୁଟି ପାଇଁ ଭାଙ୍ଗିଛି, ତଦନ୍ତ ହେବ: ଜିଲ୍ଲାପାଳ

ପରିଚାଳନାଗତ ତ୍ରୁଟି ପାଇଁ ଭାଙ୍ଗିଛି, ତଦନ୍ତ ହେବ: ଜିଲ୍ଲାପାଳ

ବିଧାନସଭାରେ ଉଠିଲା କେନ୍ଦ୍ରାପଡ଼ାରେ ପୋଲ ଭୁଶୁଡ଼ିବା ପ୍ରସଙ୍ଗ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାର ଗୋବରୀ ନଦୀ ଉପରେ ନିର୍ମାଣାଧୀନ ବାଇପାସ୍‌ ପୋଲ ଗାର୍ଡର‌୍‌ ଭୁଶୁଡ଼ି ପଡ଼ିଛି। ଏଥିରେ କାହାର କିଛି କ୍ଷୟକ୍ଷତି ହୋଇ ନ ଥିବା ବେଳେ ସେଠାରେ କାମ କରୁଥିବା ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ କିଭଳି ଆଉ କେଉଁ ପରିସ୍ଥିତିରେ ୩୬ ମିଟର ଲମ୍ବର ଗାର୍ଡର‌୍‌ ଭା˚ଗି ତଳେ ଗଳି ପଡ଼ିଲା, ତାହାକୁ ନେଇ ତନାଘନା ଆରମ୍ଭ ହୋଇଛି। ନିମ୍ନମାନର କାମ ଆଉ ପରିଚାଳନାଗତ ତ୍ରୁଟି ପାଇଁ ଏଭଳି ହୋଇଥିବା ଅଭିଯୋଗ ହେଉଥିବା ବେଳେ ଘଟଣାର ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ରାଜ୍ୟ ରାଜପଥ ଗୁଲନଗର ପୋଲରୁ ନୂଆ ବସଷ୍ଟାଣ୍ତ୍‌କୁ ସ˚ଯୋଗ କରିବା ପାଇଁ ପୂର୍ତ୍ତ ବିଭାଗ-୧ ପକ୍ଷରୁ ଗୋବରୀ ନଦୀ ଉପରେ ତିଆରି ଚାଲିଥିବା ଏହି ପୋଲର ଶିଳାନ୍ୟାସ ୨୦୧୯ ମସିହା ଡିସେମ୍ବରରେ ହୋଇଥିଲା। ୨୦୨୧, ଜୁନ୍‌ରେ କାମ ଶେଷ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ମୋଟ୍‌ ୯ କୋଟି ୯୯ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ୧୦୯ ମିଟର‌୍‌ ଲମ୍ବ ପୋଲର ନିର୍ମାଣ ଦାୟିତ୍ବ ଠିକା ସ˚ସ୍ଥା ‘ଏଆର‌୍‌ଏସ୍‌ଏସ୍‌କୁ ଦିଆଯାଇଥିଲା। ଯୋଜନା ଅନୁଯାୟୀ ୨୦୨୦, ଫେବ୍ରୁଆରିରୁ କାମ ଆରମ୍ଭ ହୋଇଥିଲେ ମଧୢ କୋଭିଡ୍‌ କଟକଣା, ଜମି ଅଧିଗ୍ରହଣ ସମେତ ଅନ୍ୟ ସମସ୍ୟା କାରଣରୁ ପ୍ରକଳ୍ପ କାମ ଆଗେଇ ପାରି ନ ଥିଲା। କାମ ଶେଷ ପାଇଁ ହୋଇଥିବା ଲକ୍ଷ୍ୟ ଧାର୍ଯ୍ୟକୁ ଦେଢ଼ ବର୍ଷରୁ ଅଧିକ ଦିନ ବିତିଯାଇଥିଲେ ବି ପ୍ରକଳ୍ପ କାମ ୪୦ ପ୍ରତିଶତ ସରିପାରି ନାହିଁ। ଏଭଳି ମନ୍ଥର ଗତିରେ ଠିକା ସ˚ସ୍ଥା କାମ କରିବାକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠିଥିବା ବେଳେ ଆଜି ସକାଳ ପ୍ରାୟ ୯ଟା ବେଳେ କ୍ରେନ୍‌ ସାହାଯ୍ୟରେ ପୋଲରେ ଗାର୍ଡର‌୍‌ ଖଞ୍ଜା ଯାଉଥିବା ବେଳେ ତାହା ଭା˚ଗି ଭୁଶୁଡ଼ି ପଡ଼ିବା ଘଟଣା କାମର ମାନକୁ ନେଇ ସନ୍ଦେହ ସୃଷ୍ଟି କରିଛି। ଯେତେବେଳେ ଏହି ଗାର୍ଡର‌୍‌ କ୍ରେନ୍‌ରେ ଉଠାଯାଉଥିଲା, ତଳେ ବହୁ ଶ୍ରମିକ କାମ କରୁଥିଲେ। ମାତ୍ର ଗାର୍ଡରକୁ ରଖାଯିବା ସମୟରେ ତାହା ଦୋହଲିବା ଦେଖି ଶ୍ରମିକମାନେ ଦୌଡ଼ି ପଳାଇ ଯିବାରୁ ଏକ ବଡ଼ଧରଣର ବିପଦ ଟଳିଯିବା ସହିତ କାହାର କିଛି କ୍ଷୟକ୍ଷତି ହୋଇ ନ ଥିବା କୁହାଯାଉଛି।

ଜିଲ୍ଲାପାଳ ଅମ୍ରିତ ଋତୁରାଜ କହିଛନ୍ତି ଯେ ଠିକା ସ˚ସ୍ଥାର ଅବହେଳା ଓ ପରିଚାଳନାଗତ ତ୍ରୁଟି ପାଇଁ ଗାର୍ଡର‌୍‌ ଭା˚ଗି ଯାଇଛି। ମୁଖ୍ୟ ପୋଲର କିଛି କ୍ଷୟକ୍ଷତି ହୋଇନାହିଁ। କିନ୍ତୁ କେଉଁ ପରିସ୍ଥିତିରେ ଗାର୍ଡର‌୍‌ ଭା˚ଗିଲା, ତାହାର ତଦନ୍ତ ଉଚ୍ଚସ୍ତରୀୟ ବୈଷୟିକ ଟିମ୍‌ ଦ୍ବାରା କରାଯାଇ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।

ଅନ୍ୟପକ୍ଷରେ ପୂର୍ତ୍ତ ବିଭାଗ ଓ ଠିକା ସ˚ସ୍ଥାର ଚରମ ଅବହେଳା ପାଇଁ ଏଭଳି ଘଟିଥିବା ବରିଷ୍ଠ କ˚ଗ୍ରେସ ନେତା ଗଣେଶ୍ବର ବେହେରା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ପୋଲ ଗାର୍ଡର‌୍‌ ଭା˚ଗିବା ଘଟଣାରେ ଠିକଦାର ଯେତିକି ଦାୟୀ, ତଦାରଖ ଦାୟିତ୍ବରେ ଥିବା ଯନ୍ତ୍ରୀମାନେ ମାନେ ମଧୢ ଅନୁରୂପ ଦାୟୀ। ସର୍ବୋଚ୍ଚ ଯନ୍ତ୍ରୀଙ୍କ ଦ୍ବାରା ଏହାର ନିରପେକ୍ଷ ତଦନ୍ତ କରାଯାଉ। ଅନୁରୂପ ଭାବେ ବରିଷ୍ଠ ବିଜେପି ନେତା ଭୁବନ ମୋହନ ଜେନା ମଧୢ ବିଭାଗୀୟ ଯନ୍ତ୍ରୀ ଓ ଠିକା ସ˚ସ୍ଥାକୁ ଏଥିପାଇଁ ଦାୟୀ କରିବା ସହିତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe