ପଦ୍ମପୁର : ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ନୂଆଗଡ ପଞ୍ଚାୟତ ଅନ୍ତର୍ଗତ ନଳାଘାଟ ନିକଟରେ ଶୋଚନୀୟ ଅବସ୍ଥାରେ ଥିବା ଏକ ପୋଲ ବର୍ଷା ପ୍ରଭାବରେ ଭୁଶୁଡି ଯାଇଛି। ଏଥିେଯାଗୁଁ ବ୍ରହ୍ମପୁର-ପଦ୍ମପୁର ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ଯାତ୍ରୀ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ଦିନ ହେଲା ଏହି ପୋଲ ଶୋଚନୀୟ ଅବସ୍ଥାରେ ରହିଥିଲା। ତେବେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଆଜି ସକାଳେ ଏହି ପୋଲ ହଠାତ୍ ଭୁଶୁଡି ଯାଇଥିଲା। ପୋଲ ଭୁଶୁଡିଯିବା ପରେ ସକାଳ ୮ଟାରୁ ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହାନ ଅଟକି ରହିଥିବାରୁ ଯାତ୍ରୀ ମାେନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୋଲ ମରାମତି ନିମନ୍ତେ ଶୀଘ୍ର ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି। ଅନ୍ୟପଟେ ବର୍ଷା ଯୋଗୁଁ କିଛି ଅଞ୍ଚଳରେ ଧାନ ଫସଲ ନଷ୍ଟ ହୋଇଥିବାରୁ ଚାଷୀ ଚିନ୍ତାରେ ରହିଛନ୍ତି।
ବର୍ଷାରେ ଭୁଶୁଡ଼ିଲା ପୋଲ: ବ୍ରହ୍ମପୁରକୁ ଯୋଗାଯୋଗ ଠପ୍
Advertisment
Follow Us