ପୋଲ ଉଡ଼ାଇଲେ ନକ୍ସଲ

Advertisment
ରାଜଧାନୀରେ ବୋମାମାଡ଼, ଜଣେ ଶିଶୁ ଗୁରୁତର ସୂଚନା

ମାଲକାନଗିରି : ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ନକ୍ସଲ ଆଜି ଏକ ପୋଲକୁ ବୋମା ଲଗାଇ ଉଡାଇ ଦେଇଛନ୍ତି। ସୁକମା ଠାରୁ କିଷ୍ଟରାମ ମୁଖ୍ୟ ସଡକରେ ଧର୍ମପେଣ୍ଟାର ଏହି ପୋଲକୁ ଗତ ୨୦ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବୋମା ଲଗାଇ ଉଡ଼ାଇବାକୁ ଉଦ୍ୟମ କରିଛନ୍ତି ନକ୍ସଲ। ପ୍ରଥମ ଥର ଉଡାଇବା ପାଇଁ ଚେଷ୍ଟା କରୁଥିବା ବେଳେ ସିଆରପିଏଫ ଯବାନ ପହଞ୍ଚି ଗୁଳି ମାଡ଼ କରିବାରୁ ନକ୍ସଲ ଚାଲି ଯାଇଥିଲେ। ଆଜି କିନ୍ତୁ ନକ୍ସଲ ଏହି ବ୍ରିଜକୁ ଉଡାଇବାରେ ସଫଳ ହୋଇଛନ୍ତି।ଏହି ପୋଲ ଭାଙ୍ଗିବା ଫଳରେ ପ୍ରାୟ ୨୫ଟି ଗ୍ରାମର ଲୋକେ ହଇରାଣ ହେବେ। ତେବେ ଏସପି ଅଭିଷେକ ମୀନା କହିଛନ୍ତି ଯେ ୨ ଦିନ ଭିତରେ ଏହାକୁ ମରାମତି କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe