କଟକରେ ପୋଲ ଭୁଶୁଡ଼ି ନାବାଳିକା ଗୁରୁତର, ବଡ଼ଡାକ୍ତରଖାନାରେ ଭର୍ତ୍ତି

କଟକରେ ପୋଲ ଭୁଶୁଡ଼ି ନାବାଳିକା ଗୁରୁତର ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ

କଟକ: କଟକ କେଶରପୁର ନିକଟରେ ପୋଲ ଭୁଶୁଡ଼ି ମଙ୍ଗଳବାର ଅପରାହ୍‌ଣରେ ଜଣେ ନାବାଳିକା ଗୁରୁତର ହୋଇଛି । ବକ୍ସ ଡ୍ରେନ୍ ଉପରେ ଯାଇଥିବା ପୁରୁଣା ଲୁହା ପୋଲ ଭୁଶୁଡ଼ି ପଡ଼ିବାରୁ ଏହି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ସେ ଚାଲୁଥିବା ବେଳେ ପୋଲ ଓ କଡ଼ରେ ଥିବା ଲୁହା ପାଇପ୍‌ରେ ନାବାଳିକା ଚାପି ହୋଇଯାଇଛନ୍ତି। ନାବାଳିକା ଜଣକ ଉକ୍ତ କେଶରପୁର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି।

publive-image

ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ଜାଇକା କିମ୍ବା ଅନୁରୋଧ କୌଣସି କର୍ତ୍ତୃପକ୍ଷ ପହଂଚି ନଥିଲେ। ସ୍ଥାନୀୟ ଲୋକ ଉଦ୍ଧାର କରିବାରେ ବିଫଳ ହୋଇଥିଲେ। ୪୫ମିନିଟ ପରେ କ୍ରେନ ସାହାଯ୍ୟରେ ପାଇପ ତାଡ଼ିବ ପରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରଶାସନ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe