କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି)ର ଅଧ୍ୟକ୍ଷ ଜେ.ଡି.ଶର୍ମା ଆଜି ଅବସର ନେଇଛନ୍ତି। ଭାରତୀୟ ବନ ସେବା ବିଭାଗର ବରିଷ୍ଠ ଅଧିକାରୀ ଶ୍ରୀ ଶର୍ମା ଗଲା ପ୍ରାୟ ଦୁଇ ବର୍ଷ ହେଲା ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ଆସୁଥିଲେ। ଶ୍ରୀ ଶର୍ମାଙ୍କ ଅବସର ପରେ ବର୍ତ୍ତମାନର ବରିଷ୍ଠ ସଦସ୍ୟ ଅବସରପ୍ରାପ୍ତ ବ୍ରିଗେଡିୟର ଲକ୍ଷ୍ମୀଚରଣ ପଟ୍ଟନାୟକ ଓଡ଼ିଶା ଓପିଏସ୍ସିର ଅଧ୍ୟକ୍ଷ ଭାବେ ଆସନ୍ତାକାଲିଠାରୁ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବେ।
ଭଞ୍ଜନଗରର ବାସିନ୍ଦା ବ୍ରିଗେଡିୟର ଶ୍ରୀ ପଟ୍ଟନାୟକ ଭୁବନେଶ୍ୱର ସୈନିକ ସ୍କୁଲ, ପୁନେସ୍ଥିତ ଏନ୍ଡିଏ, ଡେରାଡୁନ୍ର ଆଇଏମ୍ଏ ଏବଂ ବିଦେଶରୁ ଶିକ୍ଷା ତଥା ତାଲିମ ଗ୍ରହଣ ପରେ ୧୯୮୦ରେ ସେନାବାହିନୀରେ ଯୋଗ ଦେଇଥିଲେ। ସିଆଚୀନ୍, କାରଗିଲ୍, ଜାମ୍ମୁକାଶ୍ମୀର ଏଲଓସି ଏବଂ ଭାରତ-ଚୀନ୍ ସୀମାରେ କାର୍ଯ୍ୟ କରି ଯୁଦ୍ଧ ଅଭିଜ୍ଞତା ରଖିଥିବା ବ୍ରିଗେଡିିୟର ପଟ୍ଟନାୟକ ଭାରତୀୟ ପ୍ରତିରକ୍ଷା ସେବାର ପ୍ରଥମ ଅଧିକାରୀ ଭାବେ ଓପିଏସ୍ସି ଅଧ୍ୟକ୍ଷ ହେବାର ଗୌରବ ଅର୍ଜନ କରିଛନ୍ତି।
Follow Us