ବ୍ରଜରାଜନଗର କଲେଜ୍‌କୁ ମିଳିଲା ନାକ୍ ‘ବି’ ଗ୍ରେଡ୍ ମାନ୍ୟତା

ବ୍ରଜରାଜନଗର କଲେଜ୍‌କୁ ମିଳିଲା ନାକ୍ ‘ବି’ ଗ୍ରେଡ୍ ମାନ୍ୟତା

Careers360

ବ୍ରଜରାଜନଗର: ବ୍ରଜରାଜନଗର କଲେଜକୁ ନାକ୍‌ର ପିଅର୍‌ ଟିମ୍‌ ପକ୍ଷରୁ ଗ୍ରେଡ୍‌ ‘ବି’ ମାନ୍ୟତା ପ୍ରଦାନ କରାଯାଇଛି। ନାକ୍‌ର ଏକ ପିଅର କମିଟି ବ୍ରଜରାଜନଗର କଲେଜ ଗସ୍ତ କରି ଶେଷରେ ତାଙ୍କର ମୂଲ୍ୟାଙ୍କନ ରିପୋର୍ଟ ବନ୍ଦ ଲଫାପାରେ କଲେଜର ଅଧକ୍ଷ ଡ. ବିଶ୍ୱଜିତ ଖମାରୀଙ୍କୁ ଅର୍ପଣ କରିଥିଲେ। ନାକ୍‌ କମିଟି ବୈଠକ ଗତ ସୋମବାର ବେଙ୍ଗାଲୁରୁରେ ବସିବା ପରେ ମଙ୍ଗଳବାର କଲେଜର ଅଧ୍ୟକ୍ଷ ଡ. ଖମାରୀଙ୍କୁ ବନ୍ଦ ଲଫାପା ଖୋଲିବା ପାଇଁ କୁହାଯାଇଥିଲା। ବୁଧବାର କଲେଜ ସଭାଗୃହରେ ଆୟୋଜିତ ସଭାରେ ଅଧ୍ୟକ୍ଷ ଡ. ଖମାରୀ ଅଧ୍ୟକ୍ଷତା ଏକ ବୈଠକ ହୋଇ ଲଫାପା ଖୋଲାଯାଇଥିଲା। ସେଥିରେ କଲେଜ୍‌କୁ ନାକ୍‌ ପକ୍ଷରୁ ‘ବି’ ଗ୍ରେଡ୍‌ ମାନ୍ୟତା ମିଳିଥିବା ଜଣାପଡ଼ିଥିଲା।

ଏ ଅବସରେ କଲେଜ ନାକ୍‌ କମିଟି ସଂଯୋଜକ ଅଧ୍ୟାପକ ସୁପ୍ରକାଶ ଚୌଧୁରୀ, ଆଇକିୟୁଏସି ସଂଯୋଜକ ପ୍ରଫେସର ରବିନାରାୟଣ ପାଣିଗ୍ରାହୀ, କଲେଜର ନାକ କମିଟି ସଂଯୋଜକ ସଭ୍ୟ  ଅଧ୍ୟାପକ ଶ୍ରୀକର ଭୋଇ, ଅଜୟ ଦୀପ, ଡ. ମୋନାଲିସା ଦାଶ ଓ ସୌମ୍ୟ ରଞ୍ଜନ ସାହୁ ମଞ୍ଚାସୀନ ଥିଲେ। ଏହା ପରେ ଉପସ୍ଥିତ ପୁରାତନ ଛାତ୍ର, ଅଭିଭାବକ, ବ୍ରଜରାଜନଗର ନାଗରିକ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଏହା ଦ୍ୱାରା କଲେଜର ବିକାଶ ସକାଶେ ୫ ବର୍ଷ ପାଇଁ ସରକାରୀ ଅନୁଦାନ ଆସିବ ବୋଲି ଅଧକ୍ଷ ଡ. ଖମାରୀ ସୂଚନା ଦେଇଥିଲେ। ରାଜ୍ୟରେ ତୃତୀୟ ସର୍କଲ ନାକ୍‌ ମୂଲ୍ୟାଙ୍କନ କରାଇବାରେ ବ୍ରଜରାଜନଗର କଲେଜ ଦ୍ବିତୀୟ ସ୍ଥାନରେ ରହିଛି ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe