ବଲ୍‌ ଆଣିବା ହେଲା କାଳ: କେନାଲ୍‌ରେ ବୁଡ଼ିଗଲେ ୩ ଶିଶୁ

କିଛିଦିନ ତଳେ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍‌ର ସୁବର୍ଣ୍ଣରେଖା କେନାଲରେ ବୁଡ଼ି ଜଣେ ଶିଶୁଙ୍କ ଜୀବନ ଯିବା ଘଟଣା ମନରୁ ଲିଭି ନଥିବା ବେଳେ ଆଜି ସେହି କେନାଲରେ ବୁଡ଼ି ଆଉ ୩ ଶିଶୁଙ୍କ ଜୀବନ ଯାଇଛି।

hkhkhkhfk

ବାରିପଦା/ସାରସକଣା: କିଛିଦିନ ତଳେ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍‌ର ସୁବର୍ଣ୍ଣରେଖା କେନାଲରେ ବୁଡ଼ି ଜଣେ ଶିଶୁଙ୍କ ଜୀବନ ଯିବା ଘଟଣା ମନରୁ ଲିଭି ନଥିବା ବେଳେ ଆଜି ସେହି କେନାଲରେ ବୁଡ଼ି ଆଉ ୩ ଶିଶୁଙ୍କ ଜୀବନ ଯାଇଛି।  କେନାଲ ପାଣିରୁ କ୍ରିକେଟ୍‌ ବଲ୍‌ ଆଣିବାକୁ ଯାଇ ହାତ ଧରାଧରି ହୋଇ ଭାସି ଯାଇଛନ୍ତି। ମୃତ ଶିଶୁମାନେ ହେଲେ ସାରସକଣା ବ୍ଲକ୍‌ ଝାରପୋଖରିଆ ଥାନା ମୁଣ୍ଡକଟା ଗାଁର ଗଣେଶ୍ବର ସାହୁଙ୍କ ପୁଅ ମଦନମୋହନ ସାହୁ (୧୩), ନୂଆଗାଁର ସନ୍ତୋଷ ସାହୁଙ୍କ ପୁଅ ଶ୍ରେୟାଂଶୁ ସାହୁ(୧୪), ସାରସକଣାର ସୁମନ୍ତ ସାହୁଙ୍କ ପୁଅ ସାଇଶଙ୍କର ସାହୁ(୧୪)।
ସୂଚନା ଅନୁସାରେ, ଆଜି ସଂଧ୍ୟାରେ ସାରସକଣା ବ୍ଲକ୍‌ ଛକ ନିକଟରେ ପିଲାମାନେ କ୍ରିକେଟ୍‌ ଖେଳୁଥିଲେ।

ଏହି ସମୟରେ ବଲ୍‌ଟି ସୁବର୍ଣ୍ଣରେଖା କେନାଲରେ ପଡ଼ିଯାଇଥିଲା। ବଲ୍ ଆଣିବାକୁ ମଦନମୋହନ, ଶ୍ରେୟାଂଶୁ, ସାଇଶଙ୍କର ଉଦ୍ୟମ କରିଥିଲେ। ତିନିହେଁ ହାତ ଧରାଧରି ହୋଇ କେନାଲ ମଧ୍ୟକୁ ପଶିଥିଲେ। ମାତ୍ର ଗୋଡ଼ ଖସି ଯିବାରୁ ସମସ୍ତେ ଭାସି ଯାଇଥିଲେ।  ଖବର ପାଇ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଶୀର୍ଷା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଝାରପୋଖରିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।  ୩ ଜଣ ନିରୀହ ଶିଶୁଙ୍କ ଅକାଳ ମୃତ୍ୟୁରେ ସମଗ୍ର ଅଞ୍ଚଳ କାନ୍ଦବୋବାଳିରେ ଫାଟି ପଡ଼ୁଛି। ସୂଚନାଯୋଗ୍ୟ, ସୁବର୍ଣ୍ଣରେଖା କେନାଲରେ ବୁଡ଼ି ଗତ ୩୫ ଦିନ ମଧ୍ୟରେ ୬ ଜଣଙ୍କର ମୃତ୍ୟୁ ଘଟିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe