ଓଡ଼ିଶାର ସାପଧରାଳି ମିର୍ଜ଼ା ଆରିଫ୍‌ଙ୍କୁ ଭେଟିଲେ ବ୍ରିଟେନ୍‌ର ଦମ୍ପତି

Advertisment
ଓଡ଼ିଶାର ସାପଧରାଳି ମିର୍ଜ଼ା ଆରିଫ୍‌ଙ୍କୁ ଭେଟିଲେ ବ୍ରିଟେନ୍‌ର ଦମ୍ପତି
ଭଦ୍ରକ: ଭଦ୍ରକ ଜ଼ିଲ୍ଲାର ସାପଧରାଳି ମିର୍ଜ଼ା ଆରିଫ୍‌ଙ୍କୁ ବ୍ରିଟେନର ଦମ୍ପତି ଭେଟିଛନ୍ତି। ସାମାଜିକ ଗଣମାଧ୍ୟମ ୟୁଟ୍ୟୁବ୍‌ରେ ତାଙ୍କର ସାପ ଧରିବା କୌଶଳ ଦେଖି ବ୍ରିଟେନ୍‌(ୟୁକେ) ଦମ୍ପତି ଭଦ୍ରକ ଆସି ସାପଧରାଳି ମିର୍ଜା ଆରିଫଙ୍କୁ ଭେଟିଛନ୍ତି। ଜୀବଜନ୍ତୁଙ୍କୁ ଭଲ ପାଉଥିବା ଏହି ବିଦେଶୀ ଦମ୍ପତି ଭଦ୍ରକରେ ପହଞ୍ଚି ଶୁକ୍ରବାର ମିର୍ଜାଙ୍କୁ ଭେଟି ତାଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି।
ୟୁକେର ପ୍ଲ୍‌‌ ଓ ତାଙ୍କର ସ୍ତ୍ରୀ ସାରା ମିର୍ଜାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ ସାପ ଧରିବାର କଳା କୌଶଳ ଦେଖିବା ପରେ ଭଦ୍ରକ ଆସି ତାଙ୍କୁ ଦେଖା କରିବା ପାଇଁ ମନ ସ୍ଥିର କରିଥିଲେ। ସେମାନେ ଭଦ୍ରକରେ ପହଞ୍ଚି ମିର୍ଜାଙ୍କୁ ସାକ୍ଷାତ୍‌ କରିଥିଲେ। ସେମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ପରିବାରର ଜଣେ ସଦସ୍ୟ ଭାବେ ଗ୍ରହଣ କରିଥିଲେ। ତାଙ୍କ ସହ ୪/୫ ଦିନ ରହି ବିଭିନ୍ନ ସ୍ଥାନକୁ ଯାଇ ସାପ ଧରିବାର କୌଶଳ ଦେଖିଥିଲେ। ଏଭଳି କୌତୁହଳ ସାପ ଧରିବା ଦେଖିବା ପାଇଁ ମିର୍ଜାଙ୍କୁ ଦେଖା କରିବା ପାଇଁ ଏତେ ବାଟ ଆସିଥିଲୁ। ତାଙ୍କ ସହ ଦେଖା ହୋଇ ମିଶିବା ପରେ ସ୍ବପ୍ନ ପୂରଣ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।
publive-image
ଭଦ୍ରକର ପୁରୁଣାବଜାର ଅଞ୍ଚଳରେ ମିର୍ଜାଙ୍କ ଘର। ସ୍ତ୍ରୀ, ଦୁଇପୁଅ ଓ ଗୋଟିଏ ଝିଅଙ୍କୁ ନେଇ ତାଙ୍କ ପରିବାର। ଦୀର୍ଘଦିନ ଧରି ବିଭିନ୍ନ ଅଞ୍ଚଳରୁ ଖବର ପାଇ ନିଜ ଜୀବନକୁ ବାଜି ଲଗାଇ ବିଷଧର ସାପ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିବା ତାଙ୍କର ନିତିଦିନିଆ କାମ। ଜଙ୍ଗଲ ବିଭାଗ ଅପେକ୍ଷା ଭଦ୍ରକ ଜିଲାରେ ସାପଧରାଳି ଭାବେ ତାଙ୍କୁ ଅଧିକ ଲୋକେ ଫୋନ କଲ୍‌ କରି ଡାକିଥାନ୍ତି। ସାପଧରାଳି ମିର୍ଜାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe