ସାପଧରା କୌଶଳ ଶିଖିବା ପାଇଁ ସାତଦରିଆ ପାର ହୋଇଆସିଲେ

Advertisment

ସାପଧରାଳି ମୀର୍ଜାଙ୍କୁ ଭେଟିଲେ ବ୍ରିଟେନ୍‌ ଦମ୍ପତି

ସାପଧରାଳି ମୀର୍ଜାଙ୍କୁ ଭେଟିଲେ ବ୍ରିଟେନ୍‌ ଦମ୍ପତି

ସାପଧରା କୌଶଳ ଶିଖିବା ପାଇଁ ସାତଦରିଆ ପାର ହୋଇଆସିଲେ

ଭଦ୍ରକ: ଭଦ୍ରକ ଜିଲ୍ଲାର ଜଣାଶୁଣା ସାପଧରାଳି ଶେଖ ମୀର୍ଜା ଆରିଫ୍‌ଙ୍କୁ ଭେଟିଛନ୍ତି ବ୍ରିଟେନର ଏକ ଦମ୍ପତି। ୟୁଟ୍ୟୁବ୍‌ରେ ତାଙ୍କର ସାପ ଧରିବା କୌଶଳ ଦେଖି ଜୀବଜନ୍ତୁଙ୍କୁ ଭଲ ପାଉଥିବା ବ୍ରିଟେନ୍‌ର ଏହି ଦମ୍ପତି ଉତ୍ସାହିତ ହୋଇ ଶୁକ୍ରବାର ଭଦ୍ରକରେ ପହଞ୍ଚି ମୀର୍ଜାଙ୍କୁ ପ୍ରଶଂସା କରିଛନ୍ତି।

ମୀର୍ଜାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ ସାପ ଧରିବାର କଳା କୌଶଳ ଦେଖି ବ୍ରିଟେନ୍‌ର ପୁଲ୍‌ ଓ ତାଙ୍କ ପତ୍ନୀ ସାରା ଆକର୍ଷିତ ହୋଇଥିଲେ। ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଉଭୟ ପତିପତ୍ନୀ ଭଦ୍ରକ ଆସି ତାଙ୍କୁ ଭେଟିବା ପାଇଁ ମନ ବଳାଇଥିଲେ। ସାତଦରିଆ ପାର ହୋଇ ସେମାନେ ଭଦ୍ରକର ପୁରୁଣାବଜାର ଅଞ୍ଚଳରେ ମୀର୍ଜାଙ୍କ ଘରେ ପହଞ୍ଚିଥିଲେ। ମୀର୍ଜା ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ପରିବାରର ଜଣେ ସଦସ୍ୟ ଭାବେ ଗ୍ରହଣ କରିଥିଲେ। ତାଙ୍କ ସହ ୪/୫ ଦିନ ରହି ବିଭିନ୍ନ ସ୍ଥାନକୁ ଯାଇ ସାପ ଧରିବାର କୌଶଳ ଦେଖିଥିଲେ। ସାପଧରା କୌଶଳ ଶିଖିବା ସହ  ମୀର୍ଜାଙ୍କଠାରୁ ସମସ୍ତ କଥା ଜାଣିବା ପାଇଁ ଏତେ ବାଟ ଆସିଥିଲୁ। ତାଙ୍କ ସହ ଦେଖା ହୋଇ ମିଶିବା ପରେ ଆମ ଇଚ୍ଛା ପୂରଣ ହୋଇଛି ବୋଲି ଏହି ଦମ୍ପତି ପ୍ରକାଶ କରିଛନ୍ତି। ବ୍ରିଟେନ ଦମ୍ପତିଙ୍କ ଏହି ରହଣି ଭିତରେ ମୀର୍ଜାଙ୍କ ସ୍ତ୍ରୀ, ଦୁଇ ପୁଅ ଓ ଝିଅ ମଧ୍ୟ ବେଶ ଉତ୍ସାହିତ। ବିଭିନ୍ନ ଅଞ୍ଚଳରୁ ଖବର ପାଇ ନିଜ ଜୀବନକୁ ବାଜି ଲଗାଇ ବିଷଧର ସାପ ଧରି ଜଙ୍ଗଲରେ ଛାଡ଼ିବା ତାଙ୍କର ନିତିଦିନିଆ କାମ। ଜଙ୍ଗଲ ବିଭାଗ ଅପେକ୍ଷା ସାପଧରାଳି ଭାବେ ବିଭିନ୍ନ ସ୍ଥାନରୁ ତାଙ୍କୁ ଅଧିକ ଲୋକେ ଫୋନ କରି ଡାକିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe