ବିଆରଏମ୍‌ସିଏସ୍‌ ମହାଦୁର୍ନୀତି : ଅମାନତ ଜମା ହଡ଼ପ‌ ନେଇ ଥାନାରେ ଏତଲା

Advertisment

ଇମେଲ ଯୋଗେ ଏଆରସିଏସ୍‌ ଦାଖଲ କଲେ ଅଭିଯୋଗ ଫର୍ଦ୍ଦ

ଇମେଲ ଯୋଗେ ଏଆରସିଏସ୍‌ ଦାଖଲ କଲେ ଅଭିଯୋଗ ଫର୍ଦ୍ଦ

ବିଆରଏମ୍‌ସିଏସ୍‌ ମହାଦୁର୍ନୀତି : ଅମାନତ ଜମା ହଡ଼ପ‌ ନେଇ ଥାନାରେ ଏତଲା

Sambad English

ବ୍ରହ୍ମପୁର : ବ୍ରହ୍ମପୁର ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ଲିଃ (ବିଆର‌୍‌ଏମ୍‌ସିଏସ୍‌)ରେ ଜମି ଓ ଗୋଦାମ୍‌ ଲିଜ୍‌ ବାବଦ ଅମାନତ ଜମା ରାଶି ୨୨ ଲକ୍ଷ ୮୧ ହଜାର ଟଙ୍କା ହଡ଼ପ୍‌ ଘଟଣାରେ ବ୍ରହ୍ମପୁର ଏସ୍‌ପି ଏବ˚ ଗୋଷାଣୀ ନୂଆଗାଁ ଥାନାରେ ବିଧିବଦ୍ଧ ଏତଲା ଦାୟର ହୋଇଛି। ବ୍ରହ୍ମପୁର ଏଆରସିଏସ୍‌ ଇମେଲ୍‌ ଜରିଆର ଏତଲା ଦାଖଲ କରିଥିବା ଜଣାପଡ଼ିଛି।

ପ୍ରାପ୍ତସୂଚନା ଅନୁଯାୟୀ, ବିଆର‌୍‌ଏମ୍‌ସିଏସ୍‌ରେ ଜମି ଓ ଗୋଦମ୍‌ ଲିଜ୍‌ରେ ଦୁର୍ନୀତି, ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଅମାନତ ରାଶି ହଡ଼ପ ହୋଇଥିବା ବିଭାଗୀୟ ତଦନ୍ତରୁ ଜଣାପଡ଼ିଥିଲା। ଏ ସ˚କ୍ରାନ୍ତରେ ଲଗାତାର ୩ଟି ଅନୁସନ୍ଧାନ ମୂଳକ ଖବର କେବଳ 'ସମ୍ବାଦ'ରେ ପ୍ରକାଶ ପାଇଥିଲା। ଏହାପରେ ରେଜିଷ୍ଟ୍ରାର ଅଫ୍‌ କୋଅପରେଟିଭ୍‌ ସୋସାଇଟି ଏହାର ତଦନ୍ତ କରି ୭ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଡିଆର୍‌ସିଏସ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗତ ୮ତାରିଖରେ ଡିଆରସିଏସ୍‌ ବିଶ୍ୱରଞ୍ଜନ ଦାସ ଖଜୁରିଆ ରୋଡ଼ସ୍ଥିତ ବିଆର‌୍‌ଏମ୍‌ସିଏସ୍‌ କାର୍ଯ୍ୟାଳୟ ଯାଇ ତଦନ୍ତ କରିଥିଲେ। ବେଆଇନ୍‌ ଭାବେ ନିଯୁକ୍ତି ପାଇଥିବା ୬ଜଣ କର୍ମଚାରୀଙ୍କୁ ବହିଷ୍କାର ସହ ଅମାନତ ରାଶି ୨୨ ଲକ୍ଷ ୮୧ହଜାର ହଡ଼ପ ଘଟଣାରେ ଥାନାରେ ଏତଲା ନିର୍ଦ୍ଦେଶ ଦେଇଥିଲେ। ବ୍ରହ୍ମପୁର ଏଆରସିଏସ୍‌ଙ୍କ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ଲିଖିତ ଏତଲା ଦିଆଯାଇଛି।

ପ୍ରକାଶ ଥାଉ କି, ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ଏକ କେନ୍ଦ୍ରୀୟ ସମବାୟ ସମିତି। ଏହି ସ˚ସ୍ଥାଟି ହୋଲ୍‌ସେଲ୍‌ ଦରରେ ପ୍ୟାକ୍ସମାନଙ୍କୁ ସାର, କୀଟନାଶକ ଓ ବିଭିନ୍ନ କୃଷି ସାମଗ୍ରୀ ଯୋଗାଇଥାଏ। ତାହାକୁ ପ୍ୟାକ୍ସମାନେ ଚାଷୀଙ୍କୁ ବିକ୍ରି କରନ୍ତି। ୧୯୫୭ ମସିହାରେ ପ୍ରତିଷ୍ଠିତ ଏହି ସ˚ସ୍ଥା ୨୦୧୪-୧୫ ଠାରୁ ଏକରକମ ସ୍ଥାଣୁ ପାଲଟିଯାଇଛି। ଏହି ସ˚ସ୍ଥା ଛତ୍ରପୁର, ଚିକିଟି, ଦିଗପହଣ୍ତି, ହିଞ୍ଜିଳି, କୁକୁଡ଼ାଖଣ୍ତି, ପୁରୁଷୋତ୍ତମପୁର, ପାତ୍ରପୁର, ରଙ୍ଗେଇଲୁଣ୍ତା ଓ ସାନଖେମୁଣ୍ତି ବ୍ଲକ୍‌ ପାଇଁ କାର୍ଯ୍ୟ କରୁଛି। ସ˚ସ୍ଥାର ଜମି, ଗୋଦାମ୍‌କୁ ବେଆଇନ ଭାବେ ଲିଜ୍‌ ଦିଆଯାଇ କୋଟି କୋଟି ଟଙ୍କାର ଅନିୟମିତତା ହୋଇଥିବା ଘଟଣାର ବିଭାଗୀୟ ତଦନ୍ତ ଜାରି ରହିଛି। ୭ ବର୍ଷ ହେଲା ଆୟବ୍ୟୟ ଅଡ଼ିଟ୍‌ ମଧ୍ୟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe