ଆଲମାରି ଭାଙ୍ଗି ସୁନାଗହଣା ଲୁଟିଲେ

Advertisment
ଭଗାମୁଣ୍ଡାର ୪ ଦୋକାନରୁ ଚୋରି

ସାଂକେତିକ ଫଟୋ

ମାଛଗଡ: ପାଟଣା ଥାନା ଅନ୍ତର୍ଗତ କୁଣ୍ଡଳା ଗ୍ରାମର ଝାଟିଆଳୀ ସାହିର ବୁଲୁ ଦାସଙ୍କ ଘରେ କେହି ନଥିବା ବେଳେ ଲୁଟି ନେଲେ ସୁନାଗହଣା ସହ ନଗଦ ଟଙ୍କା।

ଗୁରୁବାର ସକାଳ ପ୍ରାୟ ୯ଟା ବେଳେ ଘର ଲୋକେ ମହୁଲ ସଂଗ୍ରହ କରିବାକୁ ଯାଇଥିବା ବେଳେ ଠିକ୍‌ ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଘର ଭିତରେ ଥିବା ବାକ୍ସ ଓ ଆଲ୍‌ମିରା ଭାଙ୍ଗି ସୁନା-ରୁପା ସାମଗ୍ରୀ ସମେତ ନଗଦ କିଛି ଟଙ୍କା ଲୁଟି ନେଇଛନ୍ତି। ଏନେଇ ପାଟଣା ଥାନାରେ ବୁଲୁ ଦାସ ଅଭିଯୋଗ କରିଛନ୍ତି।  ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନ୍‌ଭିନ୍‌ ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe