ବାଇକ୍ ଡିକି ଭାଙ୍ଗି ନେଇଗଲେ ଲକ୍ଷାଧିକ ଟଙ୍କା      

Advertisment
ବାଇକ୍ ଡିକି ଭାଙ୍ଗି ନେଇଗଲେ ଲକ୍ଷାଧିକ ଟଙ୍କା      

Nalanda Live - Nalanda Live

ରିଆମାଳ: ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ପଳସମା ଗ୍ରାମର ୟୁନିୟନ୍ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ପ୍ରତିନିଧି ମନୋଜ ପ୍ରଧାନଙ୍କ ବାଇକ୍ ଡିକି ଭାଙ୍ଗି ୨ ଜଣ ଦୃର୍ବୃତ୍ତ ଆସି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଡିକିରେ ୧ ଲକ୍ଷ ୧୦ ହଜାର ଟଙ୍କା ସହ ମୋବାଇଲ, ଫିଙ୍ଗର ପ୍ରିଣ୍ଟ ସ୍କାନର, ଭୋଟର କାର୍ଡ, ପାନ କାର୍ଡ ସହ ଡ୍ରାଇଭିଙ୍ଗ୍ ଲାଇସେନ୍ସ ନେଇ ଯାଇଛନ୍ତି।

ସୂଚନା ଅନୁସାରେ, ମନୋଜ ସବୁ ଦିନ ପରି ବୁଧବାର ସକାଳୁ ଗ୍ରାହକ ସେବା କେନ୍ଦ୍ର ଖୋଲିବାକୁ ଆସିଥିଲେ। ବୁଧବାର ବଜାର ଥିବାରୁ ଜନଗହଳି ଲାଗି ରହିଥିଲା। ତେବେ ଦୁର୍ବୃତ୍ତମାନେ ପୂର୍ବ ଯୋଜନା ଅନୁସାରେ ଦୋକାନ ଆଗରେ ମଳ ପକାଇ ଛପି ରହିଥିଲେ। ମନୋଜ ବାଇକ ରଖି ମଳ ସଫା କରୁଥିବା ବେଳେ ଛପି ରହିଥିବା ଦୁର୍ବୃତ୍ତମାନେ ଆଖି ପିଛୁଳା‌କେ ଡିକି ଭାଙ୍ଗି ଟଙ୍କା ନେଇ ଫେରାର୍ ହୋଇଯାଇଥିଲେ। ଏ ବାବଦରେ ମନୋଜ କୁଣ୍ଢେଇଗୋଳା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe