ମାଲବାହୀ ଟ୍ରେନ୍‌ କପ୍‌ଲିଂ ଭାଙ୍ଗିଲା

Advertisment
ମାଲବାହୀ ଟ୍ରେନ୍‌ କପ୍‌ଲିଂ ଭାଙ୍ଗିଲା

Adobe Stock

ରାଉରକେଲା: ଆଜି ଅପରାହ୍ନରେ ମାଲବାହୀ ଟ୍ରେନ୍‌ର କପ୍‌ଲିଂ ଭାଙ୍ଗିଯିବାରୁ ଟ୍ରେନ୍‌ ଦୁଇ ଭାଗ‌ ହୋଇଯାଇଛି। ଫଳରେ ଉକ୍ତ ରେଳପଥରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଟ୍ରେନ୍‌ର ବେଗ ସାମାନ୍ୟ କମ୍‌ ଥିବାରୁ ବଡ଼ଧରଣର ଅଘଟଣରୁ ସୁରକ୍ଷା ମିଳିଛି। ତେବେ କପଲିଂ ଭାଙ୍ଗିବାର କାରଣ ଜଣାପଡ଼ିନାହିଁ।

ଆଜି ଅପରାହ୍ନ ପ୍ରାୟ ୩ଟା ୨୫ ମିନିଟ। ବିଶ୍ରାରୁ ରାଉରକେଲା ପଟକୁ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍‌ ଆସୁଥିଲା। ତେବେ ଟ୍ରେନ୍‌ କୁକୁଡ଼ା ଗେଟ୍‌ ରେଳ ଫାଟକସ୍ଥ ଏ’ କ୍ୟାବିନ୍ ନିକଟରେ ପହଞ୍ଚିବାରେ ହଠାତ୍‌ କପ୍‌ଲିଂ ଭାଙ୍ଗିଯାଇଥିଲା। ଫଳରେ ମାଲବାହୀ ଟ୍ରେନ୍ ଦୁଇ ଭାଗ ହୋଇଯାଇଥିଲା। ଏନେଇ ସୂଚନା ପାଇବାପରେ ରେଲବାଇ କ୍ୟାରେଜ୍ ଆଣ୍ଡ୍‌ ୱାଗନ୍ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କପଲିଂକୁ ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ୪୦/୪୫ ମିନିଟ୍‌ ପରେ, ଅର୍ଥାତ୍‌ ଅପରାହ୍ନ ପ୍ରାୟ ୪ଟା ୧୦ ରେ ମରାମତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ପରେ ସ୍ଥିତି ସ୍ବାଭାବିକ୍‌ ହେବାରୁ ଟ୍ରେନ୍‌ ନିଜ ଗନ୍ତବ୍ୟ ପଥରେ ବାହାରିଥିଲା। ଅପରପକ୍ଷରେ ଫାଟକ ଉପରେ ହିଁ କପ୍‌ଲିଂ ଭାଙ୍ଗିବାରୁ ଫାଟକ ଗେଟ୍‌ ବନ୍ଦ ରହିଥିଲା। ଫଲରେ ଫାଟକର ଉଭୟ ପାର୍ଶ୍ବରେ ଯାତ୍ରୀଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe