ଡିକି ଭାଙ୍ଗି ୩.୪୫ ଲକ୍ଷ ଟଙ୍କା ଲୁଟ୍‌

Advertisment
ଡିକି ଭାଙ୍ଗି ୩.୪୫ ଲକ୍ଷ ଟଙ୍କା ଲୁଟ୍‌

କାଳିଆପାଣି: ସୁକିନ୍ଦା ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୫୩ ପାର୍ଶ୍ବସ୍ଥ ଏକ ହୋଟେଲ ସମ୍ମୁଖରେ ଥିବା ଗୋଟିଏ ବାଇକ୍‌(ଓଡି-୩୪କେ-୩୮୭୫)ର ଡିକି ଭାଙ୍ଗି କେହି ଦୁର୍ବୃତ୍ତ ୩ ଲକ୍ଷ ୪୫ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଗତକାଲି ଯାଜପୁରରୋଡସ୍ଥିତ ଏକ ଗୋଦାମର କର୍ମଚାରୀ ପାଣିକୋଇଲି ଥାନା କୁନିନ୍ଦା ଗାଁର କାଶୀନାଥ ସାହୁଙ୍କ ପୁଅ ଚୈତନ୍ୟ(୪୭) ବାଇକ୍ ରଖି ଏହା ପାଖରେ ଥିବା ଅନ୍ୟ ଏକ ଦୋକାନରୁ ବାକି ଆଦାୟ ପାଇଁ ଯାଉଥିବା ସମୟରେ ଟଙ୍କା ଲୁଟ୍‌ ହୋଇଥିବା ସେ ଦର୍ଶାଇଛନ୍ତି।

ଏସଂକ୍ରାନ୍ତରେ ପୁଲିସ ପକ୍ଷରୁ ଥାନ‌ାରେ ଏକ କେସ୍ ୨୧୭/୨୨ ରୁଜୁ କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାଜପଥ ପାର୍ଶ୍ବସ୍ଥ ଏକାଧିକ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ ମଧ୍ୟ ଏଯାବତ୍  ସୁରାକ ମିଳିନଥିବା ଥାନା ଅଧିକାରୀ କାବୁଲି ବାରିକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଲକ୍ଷାଧିକ ଟଙ୍କା ଡିକିରେ ରଖି  ସଂପୃକ୍ତ ବ୍ୟକ୍ତି ଏହାକୁ ନଜର ଅନ୍ଦାଜ କରିବା ଘଟଣାକୁ ନେଇ ସାଧାରଣରେ ଭିନ୍ନ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe