କାର କାଚ ଭାଙ୍ଗି ୧୦ ଲକ୍ଷ ଲୁଟ୍‌

ଭଗାମୁଣ୍ଡାର ୪ ଦୋକାନରୁ ଚୋରି

ସାଂକେତିକ ଫଟୋ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟରୁ ଜଣେ ବ୍ୟବସାୟୀଙ୍କ କାର୍‌ କାଚ ଭାଙ୍ଗି ଦୁର୍ବୃତ୍ତମାନେ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। କେନ୍ଦୁଝର ସଦର ବ୍ଲକ୍‌ ଗୋବର୍ଦ୍ଧନ ଗ୍ରାମର ବ୍ୟବସାୟୀ ଶିବାନନ୍ଦ ସାହୁ ଆଜି ନିଜ କାର୍‌ ‌(ଓଡ଼ି-୦୨-ବିଭି-୬୪୬୩) ନେଇ ଏଚ୍‌ଡିଏଫ୍‌ସି ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସିଥିଲେ। ଶ୍ରୀ ସାହୁ ମଧ୍ୟାହ୍ନ ଗୋଟାଏ ବେଳେ ବ୍ୟାଙ୍କରୁ ଟଙ୍କା ଉଠାଇ ଏକ ବ୍ୟାଗ୍‌ରେ ରଖିଲେ। କାର୍‌ ନେଇ ଘରକୁ ଫେରିବା ବେଳେ ବାଟରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଆଗ ‌ଔଷଧ ଦୋକାନ ଆଗରେ ଅଟକି ଥିଲେ। ସେ କାର୍‌ ରଖି ଔଷଧ କିଣିବାକୁ ଯାଇଥିଲେ।

ମାତ୍ର ୫ ମିନିଟ ମଧ୍ୟରେ ଔଷଧ ନେଇ ଫେରିଲା ବେଳକୁ ତାଙ୍କ କାର୍‌ କାଚ ଭଙ୍ଗା ହୋଇଥିବା ବେଳେ ଭିତରେ ଟଙ୍କା ବ୍ୟାଗ୍‌ ନଥିଲା। ଏନେଇ ସେ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତୁରନ୍ତ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ହେଲେ ଏଯାଏ ଅଭିଯୁକ୍ତ ସୁରାକ ମିଳିପାରି ନାହିଁ। ଘଟଣାର ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ପ୍ରମୋଦିନୀ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe