ସ୍କୁଲ ପରିସରରୁ ଡିକି ଭାଙ୍ଗି ଅଢ଼େଇ ଲକ୍ଷ ଟଙ୍କା ଲୁଟ

Advertisment
ଭଗାମୁଣ୍ଡାର ୪ ଦୋକାନରୁ ଚୋରି

ସାଂକେତିକ ଫଟୋ

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସରସରା ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ବସନ୍ତ ସାହୁ ବୁଧବାର ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକ ଡିକିରେ ରଖି ସ୍କୁଲକୁ ଫେରିଥିଲେ। ତେବେ ବାଇକ୍‌ଟି ସ୍କୁଲ ପରିସରରେ ଥିବା ବେଳେ ଡିକି ଭାଙ୍ଗି ଅଢ଼େଇ ଲକ୍ଷ ଟଙ୍କା ଲୁଟ ‌ହୋଇଛି। ଏ ନେଇ ଅଭିଯୋଗ ପରେ ବୌଦ୍ଧ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାନୁସାରେ ଶ୍ରୀ ସାହୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଆଜି ୩ ଲକ୍ଷ ୧୭ ହଜାର ଟଙ୍କା ଉଠାଣ କରିଥିଲେ। ସେଥିରୁ ୧୭ ହଜାର ଟଙ୍କା ନିଜ ପକେଟ୍‌ରେ ରଖି ବାକି ୩ ଲକ୍ଷ ଟଙ୍କା ବାଇକ୍‌ ଡିକିରେ ରଖି ସ୍କୁଲକୁ ଫେରିଥିଲେ। ସ୍କୁଲର ହତା ଭିତରେ ବାଇକକୁ ରଖି ଭିତରକୁ ଯାଇ ଫେରିବା ବେଳେ ଡିକି ଭଙ୍ଗା ଯାଇଥିବା ଦେଖିଥିଲେ। ଲୁଟେରାମାନେ ଅଢ଼େଇ ଲକ୍ଷ ଟଙ୍କା ନେଇ ଯାଇଥିବା ବେଳେ ଡିକି ଭିତରେ ୫୦ ହଜାର ଟଙ୍କାର ଏକ ବିଡ଼ା ରହିଯାଇଥିବା ଜଣାଯାଇଛି। ଲୁଟେରାମାନେ ଶ୍ରୀ ସାହୁଙ୍କୁ ବ୍ୟାଙ୍କରୁ ଅନୁସରଣ କରିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe