ବରଗଡ଼ ଧନୁଯାତ୍ରାର କଂସ ଅଭିନେତା: ଚାକିରିରୁ ନିଲମ୍ବିତ ହେଲେ ହୃଷୀକେଶ

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଉ ଏ ସମୟରେ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ହୃଷୀକେଶ ଭୋଇଙ୍କ ନାଁରେ ମାମଲା ରୁଜୁ ହୋଇଛି। ପେସାରେ ସେ ସ୍ୱାସ୍ଥ୍ୟ ବିଭାଗର ଡ୍ରାଇଭର ଅଛନ୍ତି।

gjjgdgggj

ବରଗଡ଼: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଉ ଏ ସମୟରେ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ହୃଷୀକେଶ ଭୋଇଙ୍କ ନାଁରେ ମାମଲା ରୁଜୁ ହୋଇଛି। ପେସାରେ ସେ ସ୍ୱାସ୍ଥ୍ୟ ବିଭାଗର ଡ୍ରାଇଭର ଅଛନ୍ତି। ମହାପ୍ରୟାଣ ଗାଡ଼ି ଚଳାଉଥିବା ସମୟରେ କିଛି ଦିନ ତଳେ ଗାଈସିଲାଟ ବ୍ଲକ୍‌ ବଡ଼ସାହାଜବାହାଲ ଗ୍ରାମର ଜଣେ ମୃତକଙ୍କ ପରିବାରଠାରୁ ୩ ହଜାର ଟଙ୍କା ନେଇଥିଲେ। ଯାହା ତାଙ୍କୁ ମହଙ୍ଗା ପଡ଼ିଛି। ନିଃଶୁଳ୍କ ସେବାରେ ଥିଲେ ସୁଦ୍ଧା ଟଙ୍କା ନେଇ ଅଡ଼ୁଆରେ ଫସି ଯାଇଥିଲେ ହୃଷୀକେଶ। ଏ ସଂକ୍ରାନ୍ତରେ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ କରାଯାଇଥିଲା। ସତ୍ୟତା ଜଣାପଡ଼ିବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ହୃଷୀକେଶଙ୍କୁ ନିଲମ୍ବନ କରିଛି। ଏହାସହ ତାଙ୍କ ନାମରେ ଭଟଲି ଥାନାରେ ଏତଲା ଦିଆଯାଇଛି। ଭଟଲି ଥାନା ଆଇଆଇସିଙ୍କ ସୂଚନା ଅନୁସାରେ, ବିଏନ୍‌ଏସ୍‌ ୩୦୮ ଦଫାରେ ତାଙ୍କ ନାମରେ ମାମଲା ରୁଜୁ କରାଯାଇଛି। ହୃଷୀକେଶ ବର୍ତ୍ତମାନ ବରଗଡ଼ରେ ନଥିବାରୁ ତାଙ୍କୁ ପୁଲିସ ଗିରଫ କରିନି ବୋଲି ସୂଚନା ମିଳିଛି। ଅନ୍ୟପଟେ ଧନୁଯାତ୍ରା ମହୋତ୍ସବ ସମିତି ଏହି ପ୍ରସଙ୍ଗରେ କୌଣସି ମନ୍ତବ୍ୟ ରଖିନାହିଁ। ତଦନ୍ତ ରିପୋର୍ଟ ଆଧାରରେ ଜିଲ୍ଲା ପ୍ରଶାସନ ହୃଷୀକେଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। 

ଏଥର ଅଭିନୟ କରିବେ ତ?
ମୃତକଙ୍କ ପରିବାରଠୁ ଟଙ୍କା ନେବା ଏବଂ ଫେରାଇବା ହୃଷୀକେଶ ଭୋଇଙ୍କୁ ଭାରୀ ପଡ଼ିଛି। ବିବାଦରେ ଛନ୍ଦି ହୋଇଥିବାରୁ ଏଥର ସେ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ନା ନାହିଁ, ତାକୁ ନେଇ ଚର୍ଚ୍ଚା ଚାଲିଛି। ଯଦିଓ ଏଥର କଂସ ଭୂମିକାରେ ଅଭିନୟ ପାଇଁ ଅନ୍ୟ କଳାକାରଙ୍କୁ ସୁଯୋଗ ଦିଆଯାଉ ବୋଲି ଲୋକେ ସାମାଜିକ ଗଣମାଧ୍ୟମରେ ଦାବି ଉଠାଉଛନ୍ତି, ଧନୁଯାତ୍ରା ମହୋତ୍ସବ କମିଟି କିନ୍ତୁ ନୂତନ କଂସ ଚୟନ କିମ୍ବା ହୃଷୀକେଶଙ୍କ ଉପରେ ଏ ପର୍ଯ୍ୟନ୍ତ କିଛି ପ୍ରତିବନ୍ଧକ ଲଗାଇନାହିଁ। ତେବେ ଆଗକୁ କଂସ ଭୂମିକାରେ ହୃଷୀକେଶ ରହିବେ ନା ବଦଳିବେ, ତାହା ସ୍ପଷ୍ଟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe